ଫେମିନା ମିସ ଇଣ୍ଡିଆ : ୨ୟ ରାଉଣ୍ଡରେ ୩ ଓଡ଼ିଆ ଝିଅ

ଭୁବନେଶ୍ୱର: ଗ୍ଲାମର ଓ ଫ୍ୟାସନ୍ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କକଳାକୁ ପ୍ରଦର୍ଶନ କରିବା ପାଇଁଏଫବିବି କଲର୍ସ ମିସ୍ଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ରସୁଲଗଡ଼ ଏକ୍ସପ୍ଲାନେଡ଼ ମଲରେ ଥିବା ବିଗବଜାର ଷ୍ଟୋରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରବିଭିନ୍ନ ପ୍ରନ୍ତରୁ ପ୍ରାୟ ୧୦୦ରୁ ଅଧିକ ପ୍ରତିଯୋଗିଏହି ଅଡ଼ିସନରେଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ତମନ୍ନା ବ୍ୟାସ, ଶିତଲ ସାହୁ ଏବଂ ଅରୁପା ରଥଙ୍କୁ ପ୍ରତିଯୋଗୀତାର ବିଜେତା ଘୋଷଣା କରାଯିବା ସହ ପରବର୍ତ୍ତି ପର୍ଯ୍ୟାୟ ପାଇଁ ଚୟନ କରାଯାଇଛି ।

ଏହି ତିନି ଜଣ ଓଡ଼ିଆ ପ୍ରତିଭା ଏପ୍ରିଲ୍ ୨୩ରେ କଲିକତାଠାରେ ଅନୁଷ୍ଠିତହେବାକୁ ଥିବାଇଷ୍ଟ ଜୋନାଲ କ୍ରାଉନିଂ ସେରେମନିରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ପୁଣି ଇଷ୍ଟ ଜୋନର ୫ଟି ରାଜ୍ୟରୁ ମିସ୍ ଇଣ୍ଡିଆ ଛତିଶଗଡ଼, ମିସ୍ ଇଣ୍ଡିଆ ବିହାର, ମିସ୍ ଇଣ୍ଡିଆ ବେଙ୍ଗଲ, ମିସ୍ ଇଣ୍ଡିଆ ଝାଡ଼ଖଣ୍ଡ, ମିସ୍ ଇଣ୍ଡିଆ ଓଡ଼ିଶାଙ୍କ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ ପ୍ରମୁଖ ରାଜ୍ୟମାନଙ୍କର ବିଜେତା ଜୁନ୍ ୧୫ରେ ମୁମ୍ବାଇରେହେବାକୁ ଯାଉଥିବାଗ୍ରାଣ୍ଡ ଫିନାଲେରେଯୋଗ ଦେବେ ।

ସମ୍ବନ୍ଧିତ ଖବର