ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ

ଏକ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ବର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ଟି ‌େଲାକସଭା ୪୨ଟି ବିଧାନସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଉଛି। ଆଜି ଲୋକସଭା ଆସନ ପାଇଁ ୧୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଧାନସଭା ପାଇଁ ୧୦୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବର୍ତମାନ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୩୪ଜଣ ଲୋକସଭା ପାଇଁ ଏବଂ ୨୧୧ଜଣ ପ୍ରାର୍ଥୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ନିମନ୍ତେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଛି। ଆଜି ବିଧାନସଭା ପାଇଁ ୧୪ଜଣ ଏବଂ ଲୋକସଭା ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ବିଧାନସଭା ପାଇଁ ୧୮ଜଣ ଏବଂ ଲୋକସଭା ପାଇଁ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜିସୁଦ୍ଧା ରାଜ୍ୟରେ ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ ୧କୋଟି ୨୬ ଲକ୍ଷ ୪୬ ହଜାର ୯୫୦ ଟଙ୍କା ଜବତ କରିଛନ୍ତି। ସେହିପରି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ୭୫୪୯ଟି ଜାମିନ ବିହୀନ ପରୱାନା। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଅଟକ ରହିଛନ୍ତିି ୩୭୮୦୪ଜଣ ସନ୍ଦିଗ୍ଧ ବ୍ୟକ୍ତି। ୪୬୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ହୋଇଛି। ଲାଇସେନ୍ସ ନଥିବା ୧୯୦ଟି ଅସ୍ତ୍ରଶସ୍ତ୍ର ଏବଂ ୨୭୫.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ବି ହୋଇଛି। ଆଜି ସୁଦ୍ଧା ରାଜ୍ୟର ଆଦର୍ଶ ଆଚରଣ ବିଧି ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୨୧ ଲକ୍ଷ ୨୮ ହଜାର ୨୮୬ଟି ହୋର୍ଡିଂ, େପାଷ୍ଟର ଆଦିକୁ ହଟାଇ ଦିଆଯାଇଛି। ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବି ବେଆଇନ୍‌ ଭାବେ ଲାଗିଥିବା ୧ ଲକ୍ଷ ୯୬ ହଜାର ୨୪୫ଟି ହୋର୍ଡିଂ, େପାଷ୍ଟର ଆଦିକୁ ମଧ୍ୟ ବାହାର କରି ଦିଆଯାଇଛି।

ସମ୍ବନ୍ଧିତ ଖବର