ବାବୁସାନ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

‘ଚଳଚ୍ଚିତ୍ର ଜଗତ’ ପୁରସ୍କାର ସମାରୋହ

ପୁରୀ : ବିଶିଷ୍ଟ ସିନେ ଓ ଟିଭି ତାରକାଙ୍କ ସମାବେଶ ସାଙ୍ଗକୁ ନୃତ୍ୟଗୀତର ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତିଷ୍ଠିତ ସିନେ ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ପ୍ରତିଭା ସମ୍ମାନ ପ୍ରଦାନ ସମାରୋହ ଆଜି ପୁରୀ ପୌର ସଦନଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ରୂପେ ଅକ୍ଷୟ ପରିଜାଙ୍କ ‘ଲଭ୍‌ ୟୁ ଜେସିକା’ ଓ ଶ୍ରେଷ୍ଠ ଚଳଚ୍ଚିତ୍ର (ପପୁଲାର୍‌୍‌) ରୂପେ ଦୀପକ ମିଶ୍ର ପ୍ରଯୋଜିତ ‘ତୁ ମୋ ଲଭ୍‌ ଷ୍ଟୋରି’ ଏବଂ ଶ୍ରେଷ୍ଠ କାହାଣୀରେ ପ୍ରଦୀପ ଦାଶ (ମୀମାଂସା), ଶ୍ରେଷ୍ଠ ସଂଳାପ-ରଣଜିତ ପଟ୍ଟନାୟକ (ସିଷ୍ଟର ଶ୍ରୀଦେବୀ) ଓ ଶ୍ରେଷ୍ଠ ଗୀତିକାର ରୂପେ ଦେବୀଦତ୍ତ ମହାନ୍ତି (ଚାଲ ଆମେ ପାଖାପାଖି ବସିବା- ତୁ ମୋ ଲଭ୍‌ ଷ୍ଟୋରି) ପୁରସ୍କୃତ ହୋଇଛନ୍ତି। ସେହିଭଳି ଶ୍ରେଷ୍ଠ ନିର୍ଦେଶକ (କ୍ରିଟିକ୍‌) ରୂପେ ସୁଶାନ୍ତ ମଣି (ଲଭ୍‌ ୟୁ ଜେସିକା) ଓ ଶ୍ରେଷ୍ଠ ନିର୍ଦେଶକ (ପପୁଲାର୍‌୍‌) ରୂପେ ତାପସ ସରଘରିଆ (ତୁ ମୋ ଲଭ୍‌ ଷ୍ଟୋରି)ଙ୍କୁ ପୁରସ୍କୃତ କରାଯାଇଛିି।

ଏହାଛଡ଼ା ଶ୍ରେଷ୍ଠ ଅଭିନେତା- ବାବୁସାନ (ସିଷ୍ଟର ଶ୍ରୀଦେବୀ), ଶ୍ରେଷ୍ଠ ଅଭିନେତ୍ରୀ- ଅର୍ଚ୍ଚିତା ସାହୁ (ଜଷ୍ଟ ମୋହବତ), ଶ୍ରେଷ୍ଠ ଖଳନାୟକ-ମନୋଜ ମିଶ୍ର (ଅଭୟ), ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ ସମ୍ମାନ-ମିହିର ଦାସ (ଅଭୟ), ଶ୍ରେଷ୍ଠ ହାସ୍ୟାଭିନେତା- ଜୀବନ ପଣ୍ଡା (ସୀତାରାମଙ୍କ ବାହାଘର କଳିଯୁଗରେ), ଶ୍ରେଷ୍ଠ ଚରିତ୍ରାଭିନେତା- ପ୍ରଦ୍ୟୁମ୍ନ ଲେଙ୍କା(ଶିବା ନଟ୍‌ ଆଉଟ୍‌), ଶ୍ରେଷ୍ଠ ଚରିତ୍ରାଭିନେତ୍ରୀ- ଅନୀତା ଦାସ (କାବୁଲା ବାରବୁଲା), ଶ୍ରେଷ୍ଠ ପାର୍ଶ୍ୱାଭିନେତା(ଯୁଗ୍ମ)- ରବି ମିଶ୍ର (ମୀମାଂସା) ଓ ସମରେଶ ରାଉତରାୟ(ଲଭ୍‌ ୟୁ ଜେସିକା), ଶ୍ରେଷ୍ଠ ପାର୍ଶ୍ୱାଭିନେତ୍ରୀ(ଯୁଗ୍ମ)- ଅନିଶା ମହାକୁଡ଼ (କାବୁଲା ବାରବୁଲା) ଓ ସ୍ମିତା ମହାନ୍ତି (ମିଠା ମିଠା) ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ସଂଗୀତ ନିର୍ଦେଶକ- ପ୍ରେମାନନ୍ଦ (ତୁ ମୋ ଲଭ୍‌ ଷ୍ଟୋରି), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ-ସଂଗ୍ରାମ ମହାନ୍ତି ଓ ଆର.ଏସ କୁମାର(ମୌଲା ମୌଲା-ସପନର ପଥେ ପଥେ), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା-ଜାଗୃତି ମିଶ୍ର (ଦିଲ୍‌ ଦିଓ୍ଵାନା ହେଇଗଲା), ଶ୍ରେଷ୍ଠ କେଶବିନ୍ୟାସକାରୀ- ଜୁଲି ସ୍ୱାଇଁ, ଶ୍ରେଷ୍ଠ ଶିଶୁ ଅଭିନେତା- ସ୍ନେହାଲ୍‌ ସୁଜଲ ମହାନ୍ତି (ସାବାସ୍‌ ବିଜୁ), ନବାଗତ ନାୟକ-ସ୍ୱରାଜ ବାରିକ (ତୁ ମୋ ଲଭ୍‌ ଷ୍ଟୋରି), ନବାଗତା ନାୟିକା- ଭୂମିକା ଦାଶ (ତୁ ମୋ ଲଭ୍‌ ଷ୍ଟୋରି), ସ୍ୱତନ୍ତ୍ର ଜୁରି ପୁରସ୍କାର-ଆହାନା ବରାଳ(ଭୈରବ), ଶ୍ରେଷ୍ଠ ଭରସାଯୋଗ୍ୟ ନବାଗତା ଅଭିନେତ୍ରୀ-ପ୍ରଲିପ୍ତା ପ୍ରିୟଦର୍ଶିନୀ (ଲଭ୍‌ ୟୁ ଜେସିକା), ଶ୍ରେଷ୍ଠ କ୍ୟାମେରାମ୍ୟାନ-ଶୁଭ୍ରାଂଶୁ ଦାସ (ଲଭ୍‌ ୟୁ ଜେସିକା), ଶ୍ରେଷ୍ଠ କଳା ନିର୍ଦେଶକ-ବନବିହାରୀ ବାରିକ (ଦିଲ୍‌ ଦିଓ୍ଵାନା ହେଇଗଲା)ଙ୍କ ସହ ଶ୍ରେଷ୍ଠ ଗୀତ- ନିଶ୍ୱାସ ତୋ ବିନା ମୋ ଚାଲେନା (ନିର୍ଦେଶନା-ବୈଦ୍ୟନାଥ ଦାଶ) ପୁରସ୍କୃତ ହୋଇଛି।

ଶ୍ରେଷ୍ଠ ଧାରାବାହିକ ଉପସ୍ଥାପିକା- ଶୋଭନା ମିଶ୍ର, ଶ୍ରେଷ୍ଠ ଧାରାବାହିକ ଅଭିନେତ୍ରୀ(ଯୁଗ୍ମ)-ଡେଜିନା ବେହେରା (ରାନୀ) ଓ ମିତାଲି ସରଘରିଆ (ନୂଆବୋହୂ), ଶ୍ରେଷ୍ଠ ଧାରାବାହିକ ଅଭିନେତା- ଶୁଭାଶିଷ ନାଥଶର୍ମା (ଦୁର୍ଗା) ରୂପେ ପୁରସ୍କୃତ ହୋଇଛନ୍ତି। ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ୧୮ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

ପୁରୀ ପୌରସଦନଠାରେ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ନଗରପାଳ ଜୟନ୍ତ ଷଡ଼ଙ୍ଗୀ, ପ୍ରଶାସକ(ନୀତି) ପ୍ରଦୀପ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଫେସର ଶକ୍ତିପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ଆଦିକନ୍ଦ ରାଉତ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ବିଜୟ ମଲ୍ଲ, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର