କାଷ୍ଟିଂ କାଉଚ୍ ଅଭିଯୋଗ : ଗିରଫ ହେଲେ ପ୍ରଯୋଜକ ଜେଡି ରାଉତ, ସହିଦନଗର ଅଞ୍ଚଳରୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର : କାଷ୍ଟିଂ କାଉଚ୍ ଅଭିଯୋଗ ଆସିବା ପରେ ଗିରଫ ହେଲେ ପ୍ରଯୋଜକ । ପ୍ରଯୋଜକ ଜେଡି ରାଉତଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ମଡେଲଙ୍କ ଅଭିଯୋଗ ପରେ ସହିଦନଗର ଅଞ୍ଚଳରୁ ଗିରଫ କଲା କମିଶନରେଟ ପୁଲିସ। ଅଭିଯୋଗ ଅନୁଯାୟୀ, ଚଳଚ୍ଚିତ୍ରରେ ସୁଯୋଗ ଦେବା ନାଁରେ ମଡେଲଙ୍କୁ ଯୈାନ ଶୋଷଣ କରିଥିଲେ ପ୍ରଯୋଜକ ଜେଡି ରାଉତ।

ତେବେ କେମିତି ପ୍ରଯୋଜକ ଜଣକ ମଡେଲଙ୍କୁ ଯୈାନ ଶୋଷଣ କରିଥିଲେ। କେମିତି ୱେବ ସିରିଜରେ ସୁଯୋଗ ଦେବା ନେଇ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିଲେ । ତାର ପୁରା ଘଟଣା ବି ସାମ୍ନାକୁ ଆସିଛି । କେବଳ ବୋଲଡ ସିନ୍ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ ବୋଲି ପ୍ରଯୋଜକ ଜେଡି ରାଉତ କହିଥିବା ଅଭିଯୋଗ କରିଛନ୍ତି ମଡେଲ୍।

ଚଳଚିତ୍ର ଜଗତରେ ପାଦ ଥାପିବା ପାଇଁ ଯେ ଏତେ ବଡ ମୁଲ୍ୟ ଦେବାକୁ ପଡିବ ତାହା କେବେ ଚିନ୍ତା କରିନଥିଲେ ଏହି ମଡେଲ ଜଣଙ୍କ। ନେଟଫ୍ଲିକ୍ସରେ ୱେବସିରିଜ ପାଇଁ ଜଣେ ଓଡିଆ ପ୍ରଯୋଜକ ଜେଡି ରାଉତ ଏହି ଯୁବତୀଙ୍କୁ ରୁପେଲୀ ପରଦାରେ ହିରୋଇନ କରିବା ପାଇଁ ବଡ ବଡ ସ୍ୱପ୍ନ ଦେଖାଇଥିଲେ। ଦିନକୁ ଦରମା ୧୦ହଜାର ଟଙ୍କା। କିଛି ଏଭଳି ପ୍ରତିଶ୍ରୁତି ପରେ ମଡେଲ ପହଂଚିଥିଲେ ପ୍ରଡ୍ୟୁସରଙ୍କ ଷ୍ଟୁଡିଓରେ। ଆଉ ଷ୍ଟୁଡିଓ ଭିତରେ ଯାହା ଘଟିଲା ତାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

ଏଭଳି କାହାଣୀ ଶୁଣିଲେ ସିନେମା ଜଗତରେ ପାଦ ଥାପିବା ପାଇଁ ଚାହୁଁଥିବା ଯେକୌଣସି ଯୁବତୀ ଭୟରେ ଥରିଉଠିବ । ପ୍ରଯୋଜକ ଜେଡି ରାଉତ ତାଙ୍କୁ କହିଥିଲେ, କେବଳ ବୋଲଡ ସିନ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ର‌୍ୟାମ୍ପରେ ଚାଲିବାକୁ ପଡିବ। ଏହି ଘଟଣାପରେ ଯୁବତୀ ଜଣଙ୍କ ଥାନାରେ ମାମଲା ଦାୟର କରି ପୁରା କାହାଣୀ ବୟାନ କରିଛନ୍ତି । ଆଉ ଏହି କାହାଣୀ ଶୁଣି ପୋଲିସ ବି ହତବାକ ହୋଇଯାଇଛି।

ସମ୍ବନ୍ଧିତ ଖବର