ଗିଲୋଟିନ୍‌ରେ ୨୪ଟି ବିଭାଗର ଖର୍ଚଦାବି ପାରିତ

ଭୁବନେଶ୍ୱର : ଆସନ୍ତା ସୋମବାର ଦିନ ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ ହୋଇଥିଲେ ହେଁ ଏକ ମାସ ପାଇଁ ବ୍ୟୟକୁ ଗୃହ ପାରିତ କରିଥିଲା। ନିୟମ ଅନୁସାରେ ଆଜିର ୨ଟି ବିଭାଗକୁ ମିଶାଇ ମୋଟ ୧୪ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ମାଧ୍ୟମରେ ପାରିତ ହୋଇଛି। ଏଣୁ ଅବଶିଷ୍ଟ ୨୪ଟି ବିଭାଗର ଖର୍ଚଦାବି ଗିଲୋଟିନ୍‌ ଯୋଗେ ପାରିତ ହୋଇଥିବା ବାଚସ୍ପତି ପ୍ରଦୀପ କୁମାର ଅମାତ୍‌ ଆଜି ଘୋଷଣା କରି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ।

ଆଜି ଗିଲୋଟିନ୍‌ ଯୋଗେ ଖର୍ଚଦାବି ପାରିତ ହୋଇଥିବା ୨୪ଟି ବିଭାଗ ଏବଂ ସେହି ବିଭାଗ ପାଇଁ ମଞ୍ଜୁରି ହୋଇଥିବା ଖର୍ଚଦାବି ହେଉଛି ଅର୍ଥ- ୧୫୧୬୮ କୋଟି ୫୧ ଲକ୍ଷ ୭୨ ହଜାର; ବାଣିଜ୍ୟ- ୮୭ କୋଟି ୧୯ ଲକ୍ଷ ୯୫ ହଜାର; ଓଡ଼ିଶା ବିଧାନସଭା- ୬୩ କୋଟି ୨୫ ଲକ୍ଷ ୨୬ ହଜାର; ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ- ୧୧୪୯ କୋଟି ୬୬ ଲକ୍ଷ ୬୪ ହଜାର; ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା- ୧୩୪ କୋଟି ୮୫ ଲକ୍ଷ ୭୧ ହଜାର; କ୍ରୀଡ଼ା ଓ ଯୁବସେବା- ୩୪୧ କୋଟି ୮ ଲକ୍ଷ ୨୭ ହଜାର; ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ପ୍ରଶାସନ- ୨ କୋଟି ୧୨ ଲକ୍ଷ ୧୦ ହଜାର; ପରିବହନ- ୫୯୧ କୋଟି ୭ ଲକ୍ଷ ୯୩ ହଜାର; ଜଙ୍ଗଲ ଓ ପରିବେଶ- ୮୧୦ କୋଟି ୨୮ ଲକ୍ଷ ୧୦ ହଜାର; ଇସ୍ପାତ ଓ ଖଣି- ୧୧୪ କୋଟି ୧୪ ଲକ୍ଷ ୧୪ ହଜାର; ସୂଚନା ଓ ଲୋକସଂପର୍କ- ୧୮୮ କୋଟି ୫୭ ଲକ୍ଷ ୯୫ ହଜାର; ଅବକାରୀ- ୧୦୨ କୋଟି ୩୩ ଲକ୍ଷ; ବିଜ୍ଞାନ ଓ ବୈଷୟିକ- ୫୫ କୋଟି ୧୫ ଲକ୍ଷ ୯୭ ହଜାର; ଗ୍ରାମ୍ୟ ଉନ୍ନୟନ-୫୫୮୩ କୋଟି ୯୫ ଲକ୍ଷ ୯୫ ହଜାର; ସଂସଦୀୟ ବ୍ୟାପାର- ୩୪ କୋଟି ୯୮ ଲକ୍ଷ ୬୩ ହଜାର; ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ- ୧୯୦ କୋଟି ୮୩ ଲକ୍ଷ ୪୩ ହଜାର; ପର୍ଯ୍ୟଟନ- ୨୧୩ କୋଟି ୪୫ ଲକ୍ଷ ୩୫ ହଜାର; ମତ୍ସ୍ୟ ଓ ପଶୁସଂପଦ ବିକାଶ- ୮୯୭ କୋଟି ୩୯ ଲକ୍ଷ ୭୫ ହଜାର; ସରକାରୀ ଉଦ୍ୟୋଗ- ୭ କୋଟି ୮୮ ଲକ୍ଷ ୨୪ ହଜାର; ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା- ୧୧୨ କୋଟି ୮୮ ୩୯ ହଜାର; ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା- ୬୨୬ କୋଟି ୭୪ ଲକ୍ଷ ୬୨ ହଜାର; ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ- ୨୫୬୨ କୋଟି ୫୩ ଲକ୍ଷ ୪୯ ହଜାର; ବିପର୍ଯ୍ୟୟ ପରିଚାଳନା- ୩୯୫୪ କୋଟି ୮୬ ଲକ୍ଷ ୫୪ ହଜାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ- ୧୮୨ କୋଟି ୨୫ ଲକ୍ଷ ୭ ହଜାର ଟଙ୍କା।

ସମ୍ବନ୍ଧିତ ଖବର