ଅର୍ଥ ବିଭାଗରୁ ମିଳିଲା ଅନୁମତି, ତିନି ସ˚ସ୍ଥାର ସ˚ପତ୍ତି ବାଜ୍ୟାପ୍ତି ପାଇଁ ହେବ ମାମଲା

କଟକ: ପୁଣି ୩ଟି ଅର୍ଥ ଲଗାଣକାରୀ ସ˚ସ୍ଥାର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ ପାଇଁ ଅନୁମତି ଲୋଡି ସ୍ବତନ୍ତ୍ର ଅଦାଲତରେ ମାମଲା ଦାୟର ହେବ। ଏହି ସବୁ ସ˚ସ୍ଥାର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି ସ˚କ୍ରାନ୍ତୀୟ ମଧୢବର୍ତ୍ତିକାଳୀନ ଆଦେଶନାମା(ଆଡ୍‌-ଇଣ୍ଟେରିମ୍‌ ଅର୍ଡର) କ୍ଷମତାପ୍ରାପ୍ତ ଅଧିକାରୀ ତଥା କଟକ ଏଡିଏମଙ୍କ ନିକଟରେ ପହଞ୍ଚିଛି। ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ମଧୢବର୍ତ୍ତିକାଳୀନ ନିର୍ଦ୍ଦେଶରେ ଏହି ୩ ସ˚ସ୍ଥାର ଜବତ ସ˚ପତ୍ତିର ପରଚାଳନା ଭାର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ତେବେ ଖୁବଶୀଘ୍ର ଏ ନେଇ କଟକ ସ୍ବତନ୍ତ୍ର ଅଦାଲତରେ ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌(ଇନ୍‌ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍‌)ର ଧାରା ୪(୩)ରେ ମାମଲା ଦାୟର ହେବ ବୋଲି ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଅରୁନ୍ଧତୀ ଇନଫ୍ରା ପ୍ରାଇଭେଟ ଲିମିଟେଡ, ଓକ୍‌ ଇଣ୍ତିଆ ଓ ଶ୍ରୀଭୂମୀ ସ˚ସ୍ଥାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଜବତ କରିଥିବା ସ୍ଥାବର ଓ ଅସ୍ଥାବର ସ˚ପତ୍ତି ତାଲିକା ପ୍ରସ୍ତୁତ କରାଯାଇ ଅର୍ଥ ବିଭାଗକୁ ପ୍ରଦାନ କରାଯାଇଥିଲା। ଏହା ପରେ ତିନି ସ˚ସ୍ଥାର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଥିଲା ଅର୍ଥ ବିଭାଗ। ଅରୁନ୍ଧତୀ ଇନଫ୍ରା ପ୍ରାଇଭେଟ ଲିମିଟେଡ ସ˚ସ୍ଥାର ଜଟଣୀ, ଭୁବନେଶ୍ବର, ଖୋର୍ଦ୍ଧା ତହସିଲ ଅଧିନରେ ଥିବା ଜମି ସହିତ ବ୍ୟାଙ୍କ ଜମା ଓ ଗାଡି, ଓକ୍‌ ଇଣ୍ତିଆର ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଶ୍ରୀଭୂମୀ ସ˚ସ୍ଥାର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଭୁବନେଶ୍ବର ତହସିଲ ଅଧିନରେ ଥିବା ଜମି ପାଇଁ ଏହି ମାମଲା ଦାୟର ହେବ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀଭୂମୀ ସ˚ସ୍ଥାର ପ୍ରଥମ ପର୍ଯ୍ୟାୟରେ ଜବତ ହୋଇଥିବା ସ˚ପତ୍ତି ବାଜ୍ୟାପ୍ତି ପାଇଁ ସ୍ବତନ୍ତ୍ର ଅଦାଲତ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଶ୍ରୀଭୂମି ସ˚ସ୍ଥାର ଅବଶିଷ୍ଟ ଜବତ ସ˚ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର