ଚର୍ଚ୍ଚାରେ ଅର୍ଥ ମନ୍ତ୍ରୀ ପଦବି

0

ଭୁବନେଶ୍ବର : ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ପ୍ରଫୁଲ୍ଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ। ଏହି ତାଲିକାରେ ଏବେ ଆଉ ଏକ ନାମ ଯୋଡ଼ା‌ ହୋଇଛି, ଶଶିଭୂଷଣ ‌େ‌ବହେରା। ଏହି ନେତାମାନଙ୍କ ମଧ୍ୟରେ ଏକ ସାମଞ୍ଜସ୍ୟ ହେଲା ସମସ୍ତେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ମନ୍ତ୍ରୀ ଥିଲେ। ରାଜକୋଷ ସମ୍ଭାଳୁଥିଲେ ଓ କ୍ଷମତାଶାଳୀ ଥିଲେ। ଆଉ ସମସ୍ତେ ନିଜ ନିଜ ରାଜନୈତିକ କ୍ୟାରିୟର୍‌ରେ ସମାନ ଦଶା ଭୋଗିଛନ୍ତି। ଅର୍ଥ ବିଭାଗ ପାଇବାର ପରବର୍ତ୍ତୀ ନିର୍ବାଚନରେ ଟିକେଟ୍‌ କଟିଯାଇଛି ବା ହାରିଯାଇଛନ୍ତି। କୌଣସି ନା କୌଣସି କାରଣରୁ ସେମାନଙ୍କ ଉପରେ ସୁପ୍ରିମୋ ଭରସା କରି ପାରି ନାହାନ୍ତି। ଆଉ ପରବର୍ତ୍ତୀ ସମୟରେ ରାଜ୍ୟ ରାଜନୀତିରେ ସେମାନଙ୍କର ବଳିଷ୍ଠ ଭୂମିକା ବି ଦେଖିବାକୁ ମିଳି ନାହିଁ। ଆଜି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଟିକେଟ୍‌ କଟିଲା ପରେ ଏହି ଚର୍ଚ୍ଚ‌ା ପୁଣି ଜୋର୍‌ ଧରିଛି।

୨୦୧୭ ମସିହାରେ ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ନୂ୍ଆ କରି ମନ୍ତ୍ରୀ ହୋଇଥିଲେ ଶଶିଭୂଷଣ ‌େବହେରା। ଏକାଥରେ ଅର୍ଥ ଓ ଅବକାରୀ ପରି ଦୁଇ ଦୁଇଟି ଓଜନିଆ ବିଭାଗ ପାଇ ବେଶ୍ କ୍ଷମତାଶାଳୀ ହୋଇଥିଲେ ଶଶିଭୂଷଣ। ପରେ ପରେ ତାଙ୍କୁ ଆହୁରି ତିନିଟି ବିଭାଗ ସାଧାରଣ ଉଦ୍ୟୋଗ, କୃଷି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମିଳିଲା। ସରକାରଙ୍କ ବିଭିନ୍ନ ମନ୍ତ୍ରୀସ୍ତରୀୟ କମିଟିରେ ସେ ଥିଲେ ମୁଖ୍ୟ। ମନ୍ତ୍ରୀମାନଙ୍କ ଭିତରେ ସର୍ବାଧିକ ଗହଳି ହେଉଥିଲା ତାଙ୍କରି ବାଭସବନ ଓ କାର୍ଯ୍ୟାଳୟରେ। ନବୀନଙ୍କ କ୍ୟାବିନେଟ୍‌‌ରେ ନମ୍ବର ଦୁଇ ବୋଲି ତାଙ୍କୁ ବିବେଚନା କରାଯାଉଥିଲା। କିନ୍ତୁ ଆଜି ଟିକେଟ୍‌ ଘୋଷଣା ହେଲା ପରେ ଶଶିଭୂଷଣଙ୍କ ନାଁ ରହିଲାନି। ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଜୟଦେବରେ ଅରବିନ୍ଦ ଢାଲିଙ୍କୁ ଦଳ ଭରସା କରି ଟିକେଟ୍‌ ଦେଲା। ଶଶିଭୂଷଣଙ୍କୁ ଦଳ ଆଉ କେଉଁଠି ଥଇଥାନ କରିବ ନା ତାଙ୍କ ରାଜନୈତିକ କ୍ୟାରିୟର୍‌ ଅନ୍ଧାରକୁ ଠେଲି ହୋଇଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବାଲିପାଟଣା ବିଧାୟକ ଥିଲେ ଶଶିଭୂଷଣ। ତେବେ ୨୦୦୯ରେ ଅରବିନ୍ଦ ଢାଲିଙ୍କୁ ବିଜେଡି ସେଠାରେ ପ୍ରାର୍ଥୀ କଲା ଓ ସେ ବିଜୟ ଲାଭ କଲେ। ଏହା ପରେ ଶଶିଭୂଷଣଙ୍କୁ ରାଜ୍ୟସଭା ପଠାଗଲା। ୨୦୧୪ରେ ପୁଣି ସେ ପ୍ରାର୍ଥୀ ହୋଇ ବିଜୟ ଲାଭ କଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.