ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଆଁରେ ଆସିକା ଥାନାରେ ଏତଲା ରୁଜ୍ଜୁ

ଆସିକା: ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ରୁଜ୍ଜୁ ହୋଇଛି। ଆସିକା ଥାନାରେ କେସ୍ ନଂ- ୧୦୨/୧୯ ରେ ଆଇ ପି ସି ଧାରା ୩୫୩ , ୨୯୪, ୧୦୨ ଏବଂ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ  ହୋଇଛି । ହିଂଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ, ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା ।

ତେବେ ପୀତାମ୍ବର ପ୍ରାର୍ଥୀ ହୋଇଥିବା ସ୍ଥାନକୁ ଯିବା ସମୟରେ ଅଧା ରାସ୍ତାରେ ତାଙ୍କ ଗାଡିକୁ ପୋଲିସ ଅଟାକାଇଥିଲା । ହେଲେ କାହିଁକି ଗାଡି ଅଟକାଇଲ ବୋଲି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିବା ସହ ତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ ,ଯାହା ପରବର୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ତାଙ୍କ ନାଁରେ ମାମଲା ଦାୟର ହୋଇଛି ।

ସମ୍ବନ୍ଧିତ ଖବର