ଶ୍ରୀଲିଙ୍ଗରାଜଙ୍କ ବେଶ ଫଟୋ ଭାଇରାଲ, ଥାନାରେ ଏତଲା

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦାମୋଦର ବେଶ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଜି ଏହି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ସେବାୟତମାନେ ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଜଣାଇଥିଲା। ଏନେଇ ଶ୍ରୀ ସାହୁ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୪ ତାରିଖରେ ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍‌ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଥିଲା। ମନ୍ଦିର ଭିତରକୁ ମୋବାଇଲ ଫୋନ ବାରଣ କରାଯାଇଛି। ଏହାଛଡ଼ା ମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ କଡ଼ା ନଜର ରଖାଯାଇଥାଏ। ଏସବୁ ସତ୍ତ୍ୱେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ, କିଛି ଦିନ ତଳେ ମନ୍ଦିରର ଏକ ଭିତର ଫଟୋ ଭାଇରାଲ ହେବା ପରେ ଜଣେ ସେବାୟତ ମନ୍ଦିର ପ୍ରଶାସନ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର