ବାରିପଦା: ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ, ୩ ଦୋକାନ ପୋଡି ପାଉଁଶ

ବାରିପଦା: ଟ୍ରାଫିକ୍‌ ଛକ ମୁଖ୍ୟ ବଜାରରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ଆଜି ରାତି ପ୍ରାୟ ୧୧.୩୦ ବେଳେ ବଜାରରେ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି । ବଜାରରେ ଥିବା ୩ଟି ଦୋକାନ ପୁରାପୁରି ପୋଡି ଯାଇଛି । ଏହି ବଜାରରେ ଗୟାଧର ସାହୁଙ୍କ ଟେଲର ଦୋକାନରେ ନିଆଁ ଲାଗିଥିବାରୁ ଭିତରେ ଥିବା କପଡା ପାଇଁ ନିଆଁ ବହୁଳ ଭାବରେ ବ୍ୟାପିଛି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛି ।

ସମ୍ବନ୍ଧିତ ଖବର