ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା  ୩୦ ବଖରା ଘର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ୩୦ବଖରା ଘର ଜଳିଯାଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳୁ ଗାଁର ନୂଆସାହିରେ କୌଣସି କାରଣରୁ ଏକ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଥିଲା । ଏମିତି ପ୍ରାୟ ୩୦ରୁ ଅଧିକ ଘରେ ନିଆଁ ଲାଗିଯାଇଥିଲା ।

ଅଧିକାଂଶ ଚାଳ ଛପର ଘର ହୋଇଥିବାରୁ ନିଆଁ ଅତି କମ ସମୟ ମଧ୍ୟରେ ବ୍ୟାପିଯାଇଥିଲା । ଲୋକେ ନିଆଁ ଲିଭାଇବାକୁ ବି ସମୟ ପାଇ ନ ଥିଲେ । ଖବର ପାଇ ପୁରୁଷୋତ୍ତମ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । କିଛି ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ ମଧ୍ୟ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ । ନିଆଁରେ ପୋଡ଼ି ଯାଇଥିବା ସମ୍ପତ୍ତିର ଆକଳନ ମଧ୍ୟ ଏଯାବତ କରାଯାଇନାହିଁ ।

ସମ୍ବନ୍ଧିତ ଖବର