ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଇଂଜିନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୨ ଷ୍ଟେସନ ମାଷ୍ଟର ନିଲମ୍ବିତ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ଇଂଜିନ୍‌ରେ ମଙ୍ଗଳବାର ଅପରାହ୍ଣରେ ନିଆଁ ଲାଗିଛି। ରାୟଗଡ଼ା ନିକଟ ଗାଦବାଗୁଡ଼ା ଠାରେ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନଙ୍କୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଧକ୍କା ଦେବାରୁ ଏହି ଘଟଣା ଘଟିଛି। ସବୁଠାରୁ ବଡ଼ କଥା ହେଲା ଯେ, ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇନାହିଁ। ଧକ୍କାରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଯାତ୍ରୀମାନେ ହଠାତ୍‌ ତଳକୁ ଓହ୍ଲାଇଥିଲେ। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲା। ଏହି ଘଟଣାରେ ୨ ଜଣ ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି।

ସୂଚନା ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ରେ ଟ୍ରେନ୍‌ ନମ୍ବର ୧୮୦୦୫ ହାଓଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ବିଦ୍ୟୁତ୍‌ ମେଣ୍ଟନାନ୍ସ ଇଂଜିନକୁ ଧକ୍କା ଦେଇଥିଲା। ଏହା ପରେ ଟ୍ରେନ୍‌ ଇଂଜିନରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ପରେ ଟ୍ରେନ୍‌ର ଇଂଜିନ ଗୁଡ଼ିକ ବଗିରୁ ଅଲଗା ହୋଇଯାଇଥିଲା। ମାତ୍ର ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇ ନାହିଁ।

ତେବେ ଟ୍ରେନଟିରେ ନିଆଁ ଲାଗିଥିବା ପରେ ସେହି ରାସ୍ତା ଦେଇ ଯାଉଥିବା ଅନେକ ଟ୍ରେନକୁ ଅଟକା ଯାଇଥିବା ସହ ଘଟଣାସ୍ଥଳରେ ରେଳବାଇର ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ହେଲେ ଟ୍ରେନର କେତେ ପରିମାଣରେ ନିଆଁ ଲାଗିଛି ସେନେଇ କୌଣସି ସଠିକ ସୂଚନା ବର୍ତମାନ ସମୟରେ ମିଳିପାରିନାହିଁ । ତେବେ ପ୍ରାଥମିକ ପର୍ଯ୍ୟାୟରେ କେତେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର