ପାରାଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ

 

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାରର( ଆଇଓସିଏଲ) ୩୩୬ ନମ୍ବର ୟୁନି୍‌ଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ପାରାଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିବା ପ୍ରଚାରହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନାର୍ହିଁ। ଏ ନେଇ କୌଣସି ଅଧିକାରୀ କିଛି ସୂଚନା ଦେଇ ନାହାଁନ୍ତି।

ସମ୍ବନ୍ଧିତ ଖବର