ପୁରୀ ଷ୍ଟେସନ ପରିସରରେ ଅଗ୍ନିକାଣ୍ଡ

ପୁରୀ :ପୁରୀ ରେଳ ଷ୍ଟେସନ ପରିସରରେ ପୁଣି ଆଜି ଅଗ୍ନିକାଣ୍ଡ ଘଟିଛି। ନିକଟ ଅତୀତରେ ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଥିବା ବେଳେ ପୁନର୍ବାର ଏହି ଅଗ୍ନିକାଣ୍ଡ ଭୟଭୀତ କରାଇଛି। ତେବେ ଏଥର ଟ୍ରେନ୍‌ରେ ନୁହେଁ, ବରଂ ୱାସିଂ ଲାଇନ୍‌ କଡ଼ରେ ଥିବା ବୁଦା ଓ ଜମା ହୋଇଥିବା ଆବର୍ଜନାରେ ନିଆଁ ଲାଗିଥିଲା। ଅପରାହ୍ନରେ ହୁତ୍‌ହୁତ୍‌ ହୋଇ ଜଳିବା ପରେ କର୍ମଚାରୀ ଓ ଯାତ୍ରୀ ଛାନିଆଁ ହୋଇ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗଦା ହୋଇଥିବା ଆବର୍ଜନାକୁ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର