ସେଲ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲି. (ସେଲ୍‌)ର ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମେଡିସିନ ୟୁନିଟ୍‌ ସଂପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ ହେଁ ପ୍ରାୟ ୧୫ ଲକ୍ଷରୁ ଊଦ୍ଧ୍ଵର୍ ଟଙ୍କାର ଔଷଧ ଓ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ବିଜୁଳି ଘଡ଼ଘଡ଼ି ସମୟରେ ବିଦ୍ୟୁତ୍‌ ସଟ୍‌ସର୍କିଟ୍‌ ହୋଇ ଡାକ୍ତରଖାନାର ମେଡିସିନ୍‌ ୟୁନିଟ୍‌ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର