ରାଜଧାନୀ ଏକ୍ସପ୍ରେସରେ ନିଆଁ, ଦେଢ ଘଣ୍ଟା ବିଳମ୍ବରେ ଛାଡ଼ିଲା

ଛତିଆ : ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ(୭୭୧୧)ରେ ଆଜି ନିଆଁ ଲାଗିଯାଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା। ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଯାଇଥିଲା। ପରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଗାଡ଼ିଟି ତାର ଗନ୍ତବ୍ୟପଥରେ ନୂଆ ଇଂଜିନ୍‌ନେଇ ଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ବଡ଼ଚଣା-ବୈରୀ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଇଂଜିନ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଇଂଜିନରୁ ପ୍ରବଳ ଧୂଆଁ ବାହାରିଥିଲା। ସର୍ଟସର୍କିଟ୍‌ କାରଣରୁ ଏପରି ହୋଇଥିବା ଜାଣି ଗାଡ଼ିର ଡ୍ରାଇଭର ତୁରନ୍ତ ଗାଡ଼ିକୁ ବୈରୀ ଷ୍ଟେସନରେ ଗାଡ଼ିକୁ ଅଟକାଇ ଦେଇଥିଲେ। ପରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇ ଏକପ୍ରକାର ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ପରବର୍ତୀ ସମୟରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ଏକ ନୂଆ ଇଂଜିନ ସହ ଗାଡ଼ିଟି ନୂଆଦିଲ୍ଳୀ ଅଭିମୁଖେ ଯାତ୍ରା କରିଥିଲା। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିିଛି।

ସମ୍ବନ୍ଧିତ ଖବର