ଥାନାରେ ଅଗ୍ନି ନିରାପତ୍ତା ପାଇଁ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ

0 3

କଟକ: ପୁଲିସ୍‌ ଥାନା ଓ ବାରାକ୍‌ ଗୁଡିକରେ ଅଗ୍ନି ନିରାପତ୍ତାକୁ କଡ଼ାକଡି କରିବା ପାଇଁ ରାଜ୍ୟ ମାନବାଧିକାର କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଥାନା ଓ ବାରାକ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି ଭୁବନେଶ୍ୱର-କଟକ ପୁଲିସ କମିସନର ଓ ପୂର୍ତ୍ତ ବିଭାଗ ସଚିବଙ୍କୁ କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ବି.କେ.ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର କ୍ୟାପିଟାଲ ଥାନାର ବାରକରେ ନିଆଁ ଲାଗିବା ଘଟଣାକୁ ନେଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି କମିସନ୍‌ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.