ସମର୍ପିତ ହୋଇ କାର୍ଯ୍ୟ କର, ଲୋକଙ୍କ ଆସ୍ଥାଭାଜନ ହୁଅ: ଡିଜି

ନରାଜଠାରେ ଅଗ୍ନିଶମ ସେବା ସପ୍ତାହ ପାଳିତ

କଟକ : ନରାଜସ୍ଥିତ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ଅନୁଷ୍ଠାନରେ ୭୫ତମ ରାଜ୍ୟ ଅଗ୍ନିଶମ ସେବା ସପ୍ତାହ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଭାରପ୍ରାପ୍ତ ଡିଜିପି ତଥା ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କାର୍ଯ୍ୟଧାରାକୁ ପ୍ରଶ˚ସା କରିବା ସହ ଅଧିକ ସମର୍ପିତ ହୋଇ ଲୋକମାନଙ୍କୁ ସେବା ଯୋଗାଇଦେବା ସହ ସେମାନଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଥିଲେ। ବିଭାଗର କର୍ମଚାରୀମାନେ ଅଗ୍ନି ନିର୍ବାପନ ସହ ବିଭିନ୍ନ ଦୁର୍ବିପାକ ସମୟରେ ନିଷ୍ଠାର ସହ କାର୍ଯ୍ୟ କରି ପ୍ରଶ˚ସାଭାଜନ ହୋଇଛନ୍ତି। କେବଳ ଓଡ଼ିଶାରେ ନୁହେଁ, କେରଳ ବନ୍ୟା ଓ ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶମିକଙ୍କୁ ଉଦ୍ଧାର କାର୍ଯ୍ୟରେ ଓଡିଶା ଅଗ୍ନିଶମ ସେବା ଦଳର କାର୍ଯ୍ୟ ପ୍ରଶଂସନୀୟ ବୋଲି ଡିଜିପି ଶର୍ମା କହିଛନ୍ତି। ସାରା ରାଜ୍ୟରେ ସମସ୍ତ ବ୍ଲକରେ ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବାରୁ ଏହା ଏକ ଛୋଟ ସ˚ସ୍ଥାରୁ ବଡ ସ˚ସ୍ଥାରେ ପରିଣତ ହୋଇଛି ଓ ଏହା ସର୍ବଭାରତୀୟ ରେକର୍ଡ ବୋଲି ଶ୍ରୀ ଶର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କଟକ ସର୍କଲର ଡିଏଫଓ ତ୍ରୈଲୋକ୍ୟ କୁମାର ବାବୁ, ରାଉରକେଲା ସର୍କଲର କେନ୍ଦୁଝର ଏଏଫଓ ଶଶାଙ୍କ ଶେଖର ମହାପାତ୍ର, କଟକ ସର୍କଲର ଏସଓ ନଟବର ନାୟକ, ବ୍ରହ୍ମପୁର ସର୍କଲର ଏଲଏଫଏମ ଶଙ୍କର ବେହେରା, କୋରାପୁଟ ସର୍କଲର ଡ୍ରାଇଭର ହାବିଲଦାର ପ୍ରଦ୍ୟୁମ୍ନ ପ୍ରଧାନୀ, କଟକ ସର୍କଲର ଏଫଏମ ଧୀରଜ ଦିଧାର ଏବ˚ ଅବସରପ୍ରାପ୍ତ ଏଏସଓ ତ୍ରିଲୋଚନ ପାତ୍ର, ଏଲଏଫଏମ ପରମାନନ୍ଦ ନାୟକ, ଡ୍ରାଇଭର ହାବିଲଦାର ଗଣେଶ୍ବର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୯ ଡ୍ୟୁଟି ମିଟରେ ଉଲ୍ଲେଖନୀୟ ସଫଳତା ପାଇଁ ଅଜୟ କୁମାର ସୋରେନ, ରାଜେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରଫୁଲ୍ଲ ଖୁଣ୍ଟିଆ, ବଳଭଦ୍ର ସାହୁ, ସ˚ଗ୍ରାମ କେଶରୀ ଆଇଚି, ରାକେଶ କୁମାର ନାୟକ, ରଶ୍ମିର˚ଜନ ନାୟକ, ରମାକାନ୍ତ ମଲ୍ଲିକ, ସନତ ପ୍ରଧାନ, ବିଶ୍ବ ବିଦିତ ରାଜଗୁରୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସୁକାନ୍ତ କୁମାର ସେଠୀ, ନରାଜ ଅଗ୍ନିଶମ କେନ୍ଦ୍ରର ଅଧ୍ୟକ୍ଷ ଅନନ୍ତ ଚରଣ ସେଠୀ, ଆର୍‌ସି ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର