ଦୀପାବଳିରେ ବାଣଫୁଟା: ସୁପ୍ରିମକୋର୍ଟଙ୍କ ନିୟମ ନମାନି କଟକ-ଭୁବନେଶ୍ୱରରେ ୨୩୦ ଜଣ ଜରିମାନା ଦେଲେ, ୧୪୦ଙ୍କୁ କୋର୍ଟ ଚାଲାଣ ଲାଗି ସୁପାରିସ

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଜାରି ନିୟମାବଳୀକୁ ନମାନି ଦୀପାବଳି ଦିନ ବାଣ ଫୁଟାଇବା ଅଭିଯୋଗରେ କଟକ-ଭୁବନେଶ୍ୱରରେ ୨୩୦ଜଣ ଧରାପଡ଼ିଛନ୍ତି। ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଥିଲେ କି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଯାଇ ପାରିବ। ଯେଉଁମାନେ ରାତି ୮ଟା ପୂର୍ବରୁ ଓ ରାତି ୧୦ଟା ପରେ ବାଣ ଫୁଟାଇ ଥିଲେ ସେମାନଙ୍କୁ ପୁଲିସ ପକ୍ଷରୁ ଜରିମାନା କରାଯିବା ସହ ୧୪୦ଜଣଙ୍କୁ କୋର୍ଟ ଚାଲାଣ ଲାଗି ସୁପାରିସ କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିୟମ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ଲାଗି କମିସନ୍‌ରେଟ ପୁଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଥିଲା। ଏଥିସହ ସୁପ୍ରିମକୋର୍ଟଙ୍କ ନିୟମାବଳୀ ଉଲ୍ଲଂଘନ ନେଇ ଅନେକ ଅଭିଯୋଗ ମଧ୍ୟ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଆସିଥିଲା, ଉଲ୍ଲଂଘନକାରୀଙ୍କ ଠାରୁ ୫୦୦ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବା ସହ କେତେକଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର