ସତର୍କ ସୂଚନା ଜାରି କଲା ପରିବେଶ ବିଭାଗ : ସନ୍ଧ୍ୟା ୮ରୁ ୧୦ଟା ଯାଏ ବାଣ ଫୁଟିବ

ଭୁବନେଶ୍ବର : ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ଦିଲ୍ଲୀକୁ ଛାଡ଼ିଦେଲେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ସନ୍ଧ୍ୟା ୮ଟାରୁ ୧୦ଟା ପର୍ଯ୍ୟନ୍ତ ଲୋକେ ବାଣ ଫୁଟାଇପାରିବେ। ଦୁଇଘଣ୍ଟାର ଏହି କଟକଣାକୁ ଉଲ୍ଲଂଘନ କଲେ ସୁପ୍ରିମ କୋର୍ଟଙ୍କ ଆଦେଶର ଅବମାନନା ବୋଲି ବିବେଚନା କରାଯିବ। ଏହାଛଡ଼ା, ପ୍ରତ୍ୟେକ ସ୍ଥାନରେ ଲୋକେ ନିଜ ଇଚ୍ଛା ମୁତାବକ ବାଣ ଫୁଟାଇ ପାରିବେନି। ମିଳିତ ଭାବେ କେବଳ ନିର୍ଦିଷ୍ଟ ସ୍ଥାନରେ ହିଁ ଫୁଟାଇବେ ବାଣ। ବାଣ ପ୍ରଦୂଷଣ ଯଥା: କେତେ ଶବ୍ଦ ବାଣ ଫୁଟିଲେ ସୃଷ୍ଟି ହେବ, ସେଥିପାଇଁ ଆଲୋକ ଓ ଧୂଆଁ କେତେ ପରିମାଣର ନିର୍ଗତ ହେବ ଆଦି ନେଇ ପରିବେଶ ବିଭାଗ ସତର୍କ ସୂଚନା ଜାରି କରିଛି।

ଆଜି ଏ ନେଇ ପରିବେଶ ନିର୍ଦେଶକ ପରିବେଶ ନିର୍ଦେଶକ ଡ. କେ. ମୁରୁଗେସନ୍‌ ଗୃହ, ରାଜସ୍ବ, ଗଣଶିକ୍ଷା, ଉଚ୍ଚଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ମୁଖ୍ୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ଏ ସଂପର୍କରେ ସଂପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି କରିବାକୁ ସେ ଅନୁରୋଧ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ କେବଳ ଦିଲ୍ଲୀ(ଏନ୍‌ସିଆର) ଅଞ୍ଚଳରେ ଲୋକେ କେବଳ ସବୁଜ ବାଣ(ଗ୍ରୀନ୍‌ କ୍ରାକର) ଫୁଟାଇପାରିବେ। ଅନ୍ୟ ରାଜ୍ୟଗୁଡ଼ିକ ଉପରେ ସେତେଟା କଟକଣା ଜାରି ହୋଇନାହିଁ। ତଥାପି ବାଣ ଫୁଟାଇବାର ନିର୍ଦିଷ୍ଟ ସମୟ ଓ ପ୍ରଦୂଷଣ ମାତ୍ରା ଧାର୍ଯ୍ୟ କରାଯାଇଛି। ତେବେ ଆଗାମୀ ବର୍ଷରେ ରାଜ୍ୟରେ ଅପେକ୍ଷାକୃତ କମ୍‌ ଶବ୍ଦ, ଆଲୋକ ଓ ଧୂଆଁର ବାଣ (ସବୁଜ ବାଣ) ବ୍ୟବହାର କରିବାକୁ ପଦକ୍ଷେପ ନିଆଯାଉଥିବା ଡ. ମୁରୁଗେସନ୍‌ କହିଛନ୍ତି। ସେହିଭଳି, ସର୍ବୋଚ୍ଚ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଦୀପାବଳୀର ୭ ଦିନ ପୂର୍ବରୁ ରାଜ୍ୟରେ ବାୟୁମଣ୍ଡଳରେ ଥିବା ଗୁଣାତ୍ମକ ବାୟୁର ସ୍ଥିତି ନେଇ ଅନୁଧ୍ୟାନ ଆରମ୍ଭ ହୋଇଥିବା ପରିବେଶ ନିର୍ଦେଶକ କହିଛନ୍ତିି।

ସମ୍ବନ୍ଧିତ ଖବର