ବାଣ ପାଇଁ ଗାଁ ସିଲ୍‌ : ତ୍ରିଲୋଚନପୁରରେ ପୁଲିସ୍‌ ଚଢ଼ଉ, ୫ ଲକ୍ଷ ଟଙ୍କାର ବାଣ ଜବତ, ୫ ଗିରଫ

କଟକ-ଜଗତପୁର/ସାଲେପୁର : ବାଣ ପାଇଁ ସିଲ୍‌ ହେଲା ପୂରା ଗାଁ। ଜଗତପୁର ଥାନା ଅଧିନ ତ୍ରିଲୋଚନପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବେଆଇନ ବାଣ କାରଖାନା ଚାଲିଥିବା ଅଭିଯୋଗରେ କମିସନରେଟ୍‌ ପୁଲିସ ତ୍ରିଲୋଚନପୁର ଗାଁରେ ଚଢ଼ଉ କରି ୫ଲକ୍ଷ ଟଙ୍କାର ବାଣ ଏବଂ ବିପୁଳ ବି‌ସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଲକ୍ଷ୍ମୀଧର ବିଶ୍ବାଳ (୪୨), ରବି ନାରାୟଣ ସ୍ବାଇଁ (୨୩), ଈଶ୍ବର ସାହୁ (୨୫), ରିଲି ନାୟକ (୪୫) ଏବଂ ମହାଜନପୁରର ରଘୁନାଥ ଭୋଇ (୨୫)। ଏହି ଘଟଣାକୁ ନେଇ ଜଗତପୁର ଥାନାରେ ମୋଟ ୧୦ଟି ମାମଲା ରୁଜୁ ହୋଇଛି। ସେପଟେ ପୁଲିସ ଏ ପ୍ରକାର ଅତର୍କିତ ଚଢ଼ଉ ଗାଁରେ ଆତଙ୍କ ‌ଖେଳାଇ ଦେଇଥିବା ବେଳେ ଅନେକ ବାଣ ବେପାରୀ ଗିରଫ ଭୟରେ ଫେରାର୍ ହେଇଯାଇଥିବା ସୂଚନା ମିଳିଛି। ପୁଲିସ ଏହି ଗାଁକୁ ସିଲ୍‌ କରିଦେଇଛି।

ସୂଚନାନୁଯାୟୀ, ବାଲିପାଟଣା ଥାନା ବନମାଳିପୁର ନୂଆସାହିରେ ବାଣ ବିସ୍ଫୋରଣ ଘଟି ଗୋଟିଏ ଦମ୍ପତିଙ୍କ ଶୋଚନୀୟ ମୃତ୍ୟୁ ପ‌େର ପୁଲିସ ଚଢ଼ଉ ଜୋରଦାର୍ କରିଛି। ଏହି କ୍ରମରେ ଆଜି ଭୋର୍ ପ୍ରାୟ ୫ଟା ବେଳେ ଏସିପି ତ୍ରିନାଥ ମିଶ୍ରଙ୍କ ନେତୃତ୍ବରେ ଜଗତପୁର ପୁଲିସ ଓ ୩ପ୍ଲାଟୁନ୍ ଫୋର୍ସ ବେଆଇନ ବାଣ କାରଖାନା ଚାଲିଥିବା ତ୍ରିଲୋଚନପୁର ଗାଁରେ ଅତର୍କିତ ଚଢ଼ଉ କରି ଚଢ଼ାଉ କରିବା ସହିତ ଗାଁକୁ ସିଲ୍‌ କରିଥିଲା।

ସମ୍ବନ୍ଧିତ ଖବର