ଦନ୍ତାକୁ ଗୁଳିମାଡ଼!

କାଳିଆପାଣି : କଟକ ବନଖଣ୍ଡ ଟମକା ଓ ସୁକିନ୍ଦା ରେଞ୍ଜ୍ ଅନ୍ତର୍ଗତ ମହାଗିରି ସୁରକ୍ଷିତ ଜଙ୍ଗଲରେ ଏକ ବୟସ୍କ ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି। ଏବେ ଗୁରୁତର ଅସୁସ୍ଥ ଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ମାତ୍ର ଏ ସଂପର୍କରେ ବନ ବିଭାଗ ପାଖରେ‌ କୌଣସି ଖବର ନାହିଁ। ହାତୀଟି ଏବେ ଜୀବନ ସହ ସଂଘର୍ଷ କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦନ୍ତାହାତୀର ଆଗ ଡାହାଣ ଗୋଡ଼ ଅସ୍ବାଭାବିକ ଭାବେ ଫୁଲି ଯାଇଛି। ଭଲରେ ଚାଲି ପାରୁନାହିଁ। ଅଧିକାଂଶ ସମୟ ଏକୁଟିଆ ଘୁଷୁରି ଘୁଷୁରି ବୁଲାବୁଲି କରୁଛି। ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ଚାଲି ଆସୁଛି। ହାତୀଟି ଗୁଳିମାଡ଼ର ଶିକାର ହୋଇଥିବା ଅଞ୍ଚଳବାସୀ ସନ୍ଦେହ କରିଛନ୍ତି। ଅନ୍ୟପକ୍ଷରେ, କଅଁସ ବନରକ୍ଷୀ ନବ କିଶୋର ବେହେରା ଜଙ୍ଗଲରେ ବୁଲୁଥିବା ହାତୀ ଅସୁସ୍ଥ ଥିବା ସ୍ବୀକାର କରିଛନ୍ତି। ଏହା ଦନ୍ତା କି ମାଈହାତୀ ସେ ଜାଣି ନାହାନ୍ତି। ସେ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ମତ ରଖିଛନ୍ତି।

ସମ୍ବନ୍ଧିତ ଖବର