ଅକ୍ଟୋବରରୁ ସେଲ୍‌ କର୍ମଚାରୀଙ୍କ ପ୍ରଥମ ପର୍ଯ୍ୟାୟ ପେନ୍‌ସନ୍‌

ରାଉରକେଲା : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ଅବସରପ୍ରାପ୍ତ ନିର୍ବାହୀ ଓ କର୍ମଚାରୀଙ୍କ ପାଇଁ ଆସନ୍ତା ଅକ୍ଟୋବରରୁ ପର୍ଯ୍ୟାୟ ଭିତ୍ତିରେ ସଂଶୋଧିତ ପେନ୍‌ସନ୍‌ ଯୋଜନା ଲାଗୁ ହେବ। ସେଲ୍‌ର ଏହି ନିଷ୍ପତ୍ତିକୁ ଭାରତୀୟ ଇସ୍ପାତ ନିର୍ବାହୀ ମହାସଂଘ (ସେଫି) ସମର୍ଥନ କରିଛି ବୋଲି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ଅଫିସର ସଂଘର ସଭାପତି ଇଂ ବିମଳ ବିଶି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଇସ୍ପାତ ମନ୍ତ୍ରାଳୟ ଅଧୀନସ୍ଥ ନ୍ୟାସନାଲ୍‌ ମିନେରାଲ୍ସ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ (ଏନ୍‌ଏମ୍‌ଡ଼ିସି) ଓ ମାଙ୍ଗାନିଜ୍‌ ଓର୍‌ ଇଣ୍ଡିଆ ଲିଃ (ଏମ୍‌ଓଆଇଏଲ୍‌) ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଥିବାରୁ ଏହି ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ପୂର୍ବରୁ ନୂଆ ପେନ୍‌ସନ୍‌ ଯୋଜନା ଲାଗୁ ହୋଇସାରିଛି। ଅନୁରୂପ ଭାବେ ମନ୍ତ୍ରାଳୟ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମେଟାଲ୍ସ ସ୍କ୍ରାପ୍‌ ଟ୍ରେଡ୍‌ କର୍ପୋରେସନ୍‌ (ଏମ୍‌ଏସ୍‌ଟିସି), ଫୋରା ସ୍କ୍ରାପ୍‌ ନିଗମ ଲିଃ (ଏଫ୍‌ଏସ୍‌ଏନ୍‌ଏଲ୍‌), କୁଦ୍ରେମୁଖ ଆଇରନ୍‌ ଓର୍‌ କମ୍ପାନି ଲିଃ (କେଆଇଓସିଏଲ୍‌) ଏବଂ ମେଟାଲର୍ଜିକାଲ୍‌ ଆଣ୍ଡ ଇଞ୍ଜିନିୟରିଂ ଇଣ୍ଡିଆ ଲିଃ (ମେକନ୍‌) ଆଦି ୪ଟି କେନ୍ଦ୍ରୀୟ ଉଦ୍ୟୋଗ ଲାଭରେ ଥିବାରୁ ଏହି ୪ ସଂସ୍ଥାର ଅବସରପ୍ରାପ୍ତ କର୍ମଚାରୀମାନେ ଆସନ୍ତା ଅଗଷ୍ଟରୁ ନୂଆ ପେନ୍‌ସନ୍‌ ପାଇବା ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର