ମହିଳା ସଶକ୍ତିକରଣ ପାଇଁ ନୂଆ ପଦକ୍ଷେପ: ସମ୍ବଲପୁରରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଡାକଘର

ସମ୍ବଲପୁର: ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ଭାବରେ ଉଭା ହୋଇଛି। ଏହି ପରୀପ୍ରେକ୍ଷିରେ ଭାରତୀୟ ଡାକ ବିଭାଗ ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଉଛି। ସମ୍ବଲପୁରରେ ରାଜ୍ୟର ପ୍ରଥମ ମହିଳା ଡାକଘର ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗୋଲବଜାରଠାରେ ଏହି ଡାକଘର ଆରମ୍ଭ ହୋଇଯାଇଛି, ଯେଉଁଠାରେ ସମସ୍ତ କର୍ମଚାରୀ ମହିଳା ଅଟନ୍ତି।

ଏହି ଡାକଘରରେ ପୋଷ୍ଟମାଷ୍ଟରଙ୍କ ଠାରୁ ଆରମ୍ଭ କରି ପୋଷ୍ଟ ପିଅନ୍‌ ପର୍ଯ୍ୟନ୍ତ ସମସ୍ତେ ମହିଳା କର୍ମଚାରୀ। ଅନ୍ୟ ଡାକଘର ଭଳି ଏଠାରେ ସମସ୍ତ ପ୍ରକାର ନେଣ ଦେଣ କ୍ଷୁଦ୍ର ଜମା, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସେବା କରାଯାଉଛି।

ଏହାକୁ ନେଇ ମହିଳା ଗ୍ରାହକମାନେ ଖୁସି ଥିବା ବେଳେ କାମ କରୁଥିବା ମହିଳା କର୍ମଚାରୀମାନେ ମଧ୍ୟ ବେଶ୍‌ ଖୁସି ଅଛନ୍ତି। ମହିଳା ସଶକ୍ତିକରଣର ଏହି ନୂଆ ପଦକ୍ଷେପ ଆଗାମୀ ଦିନରେ ଅନ୍ୟ ବିଭାଗ ପାଇଁ ମଡେଲ୍‌ ପାଲଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର