ତଟରକ୍ଷୀବାହିନୀ ଗୁଳିରେ ମତ୍ସ୍ୟଜୀବୀ ମୃତ୍ୟୁ ମାମଲା : ମାୟାଧରଙ୍କ ମୁଣ୍ଡ ଓ ହାତରେ ଗୁଳି ବାଜିଥିଲା

ଜଗତସି˚ହପୁର : ଗହୀରମଥା ଉପକୂଳରେ ତଟରକ୍ଷୀବାହିନୀର ଗୁଳିରେ ମୃତ ଟ୍ରଲରଚାଳକ ମାୟାଧର ମଳିକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତକାଲିଠାରୁ ମାୟାଧରଙ୍କ ମୃତଦେହ ଦେଖିନପାରି ପାରାଦୀପରେ ପଡ଼ି ରହିଥିବା ପରିବାରବର୍ଗ ଆଜି ଶବ ସହ ବାଲେଶ୍ବରସ୍ଥିତ ନିଜ ଗାଁକୁ ଚାଲିଯାଇଛନ୍ତି। ପାରାଦୀପ ସାମୁଦ୍ରିକ ଥାନାରେ ମାୟାଧରଙ୍କ ପତ୍ନୀ ଦେଇଥିବା ଏତଲାକୁ ଗ୍ରହଣ କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ମାୟାଧରଙ୍କ ଦେହରେ ଦୁଇଟି ଗୁଳି ଲାଗିଥିବା ଆଜି ମୃତଦେହ ଦେଖିବା ପରେ ଜଣାପଡ଼ିଛି।

ଆଜି ମାୟାଧରଙ୍କ ମୃତଦେହକୁ ଦେଖିବା ପରେ ତାଙ୍କ ଦେହରେ ଦୁଇଟି ଗୁଳି ଲାଗିଥିବା ଜଣାପଡ଼ିଛି। ଗୋଟିଏ ଗୁଳି ତାଙ୍କ ହାତରେ ଓ ଅନ୍ୟଟି ତାଙ୍କ ମୁହଁରେ ଲାଗିଥିବା ଜଣାପଡ଼ିଛି। ମୃତଦେହ ଦେଖିବା ପରେ ତାଙ୍କ ପରିବାରବର୍ଗ ଅଧୈର୍ଯ୍ୟ ହୋଇ ପଡ଼ିଥିଲେ। କୁଜଙ୍ଗରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକ ମୃତଦେହ ଧରି ବାଲେଶ୍ବର ଚାଲିଯାଇଛନ୍ତି। ଅନ୍ୟପଟେ, ଆଜି ସାମୁଦ୍ରିକ ଥାନା ଇନ୍‌ସପେକ୍ଟର ବବିତା ଦଳେଇ ଘଟଣା ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ଥାନା ଅଧୀନରେ ଘଟିଥିବାରୁ ପାରାଦୀପ‌େର ରୁଜୁ ହୋଇଥିବା ମାମଲା ଜମ୍ବୁ ଥାନାକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର