ପାରାଦୀପ: ଗୁରୁବାର ରାତିରେ କେତେକ ମତ୍ସ୍ୟଜୀବୀ ବଙ୍ଗୋପସାଗରର ଦୂର ଜଳରାଶି ମଧ୍ୟରୁ ତିନୋଟି ବିରାଟ ପାଣିକୁଆ ମାଛ ମାରିଛନ୍ତି।
ଟାପା ଡଙ୍ଗା ନେଇ ସେମାନେ ମାଛମାରିବାକୁ ଯାଇଥିବା ବେଳେ ଏହି ମାଛଗୁଡ଼ିକ ହଠାତ୍ ସେମାନଙ୍କ ଜାଲରେ ପଡ଼ିଯାଇଥିଲେ।
ଜାଲରେ ଲାଗିଥିବା ମାଛଗୁଡ଼ିକ ମଧ୍ୟରୁ ଗୋଟିଏ ମାଛର ଓଜନ ପ୍ରାୟ ଦେଢ଼ କୁଇଣ୍ଟାଲ ଏବଂ ବାକି ଦୁଇଟିର ଓଜନ ୬୦ କିଲୋ ଲେଖାଏଁ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2019/12/fish.jpg)
ମତ୍ସ୍ୟଜୀବୀମାନେ ଆଜି ସକାଳୁ ଆସି ବାଲିପ୍ଲଟ୍ ବୋଲି କୁହାଯାଉଥିବା ମାଛ ବିକ୍ରୟସ୍ଥଳରେ ପହଞ୍ଚିବା ପରେ ବିରାଟକାୟ ମାଛଗୁଡ଼ିକୁ ଦେଖିବାକୁ ପ୍ରବଳ ଜନଗହଳି ହୋଇଥିଲା।
/sambad/media/post_attachments/wp-content/uploads/2019/12/fish-1.jpg)
ଓଡ଼ିଶାରେ ଏ ମାଛର ଚାହିଦା ଓ ମୂଲ୍ୟ ଅଧିକ ନୁହେଁ। ଦକ୍ଷିଣ ଭାରତ ବିଶେଷକରି, କେରଳରେ ଏହାର ଚାହିଦା ରହିଛି। ସେଠାକାର ଲୋକେ ପାଣିକୁଆ ମାଛ ଖାଆନ୍ତି ଏବଂ ଏହାର ଔଷଧୀୟ ଗୁଣ ଅଛି ବୋଲି କହନ୍ତି।
ସମ୍ପୃକ୍ତ ବ୍ୟବସାୟୀମାନେ ଧରାପଡ଼ିଥିବା ତିନିଟି ପାଣିକୁଆ ମାଛକୁ ବାହାର ରାଜ୍ୟକୁ ରପ୍ତାନି କରିବେ ବୋଲି କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Fishers-Found-Three-Giant-Cormorant-Fish_Thumbnail.jpg)