ହୀରାକୁଦ: ୫ ଗେଟ୍‌ ଖୋଲା

ସମ୍ବଲପୁର : ବୁଧବାର ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍‌ ବନ୍ଦ କରା ଯାଇଛି। ଏବେ ୫ଟି ଗେଟ୍‌ ଖୋଲା ରହିଛି। ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୩୧ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୧,୧୬,୫୨୧ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୯୪, ୪୩୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ସେହି ସମୟରେ ତଳ ମୁଣ୍ଡର ବିଭିନ୍ନ ଷ୍ଟେସନ ଗୁଡ଼ିକ ମଧ୍ୟରୁ ଖଇରମାଳରେ ୧, ୯୮, ୦୦୦ କ୍ୟୁସେକ୍‌, ବରମୂଳରେ ୧, ୯୫, ୫୦୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୨, ୭୮, ୭୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୩.୩୪ ମିଲିମିଟର ଓ ତଳ ମୁଣ୍ଡରେ ୩.୨୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର