ହୀରାକୁଦ: ୫ ଗେଟ୍‌ ଖୋଲା

ସମ୍ବଲପୁର : ରବିବାର ପୂର୍ବାହ୍ନରେ ହୀରାକୁଦ ବନ୍ଧର ପୁଣି ୫ଟି ଗେଟ୍‌ ବନ୍ଦ କରାଯାଇଛି। ଫଳରେ ଜଳ ନିଷ୍କାସନ ହ୍ରାସ ପାଇବା ସହ ଜଳସ୍ତର ୬୨୪ ଫୁଟ୍‌ ଛୁଇଁବାକୁ ଯାଉଛି। ରବିବାର ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୩.୯୫ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୧, ୮୨, ୪୨୨ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୯୪,୦୫୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଖୋଲାଥିବା ବାମ ସ୍ପିଲ୍‌େଓ୍ଵ’ର ୩ ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୭୯,୮୫୦ କ୍ୟୁସେକ୍‌, ପାଓ୍ଵାର ଚାନେଲରେ ୧୧, ୦୭୮ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୨୭୭୪ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ତଳ ମୁଣ୍ଡର ବିଭିନ୍ନ ଷ୍ଟେସନ ଗୁଡ଼ିକ ମଧ୍ୟରୁ ଖଇରମାଳରେ ୨, ୯୫,୫୦୦ କ୍ୟୁସେକ୍‌, ବରମୂଳରେ ୨, ୭୪, ୨୫୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୪, ୮୦, ୦୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୮.୬୯ ମିଲିମିଟର ଓ ତଳ ମୁଣ୍ଡରେ ୮.୭୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର