ମାଟି ଅତଡ଼ା ଧସି ୫ ଗୁରୁତର

ରାଇରଙ୍ଗପୁର/ଝରାଡ଼ିହି : ଟାଟା-ବାଦାମପାହାଡ଼ ରେଳପଥର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସୀମାନ୍ତବର୍ତ୍ତୀ ଝରାଡ଼ିହି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଅଣ୍ଡରପାସ୍‌ ନିର୍ମାଣ ବେଳେ ହଠାତ ଏକ ବଡ଼ ମାଟି ଅତଡ଼ା ଧସି ପଡ଼ିବାରେ ମାଟି ତଳେ ଚାପି ହୋଇ ୪ଜଣ ଠିକା ଶ୍ରମିକ ଓ ଜଣେ ରେଳବାଇ ଗ୍ୟାଙ୍ଗ୍‌ମ୍ୟାନ୍‌ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଠିକା ଶ୍ରମିକଙ୍କୁ ଝରାଡିହି ଡାକ୍ତରଖାନାରେ ଭର୍ତ୍ତିି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଅଧିକ ଗୁରୁତର ଥିବା ରେଳବାଇ ଗ୍ୟାଙ୍ଗମ୍ୟାନଙ୍କୁ ଜାମସେଦପୁର ଟାଟା ହସପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର