ଦୁଇ ଦିନରେ ଭଦ୍ରକରୁ ୪ ଡେଙ୍ଗୁ ରୋଗୀ, କଟକରୁ ଜଣେ

indianexpress.com

କଟକ : ଏସ୍‌ସିବିରେ ଦ୍ବିତୀୟ ଦିନରେ ଆଜି ପୁଣି ୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଦୁଇଦିନରେ ୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି କଟକରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଦୁଇଦିନରେ ଭଦ୍ରକରୁ ୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବୁଧବାର ୩୮ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୩ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ପୁଣି ଭଦ୍ରକରୁ ୨ଜଣ ଓ କଟକରୁ ଜଣେ ଥିବା ଜଣାପଡିଛି। ତେବେ ଏହାକୁ ମିଶାଇ ଏସ୍‌ସିବିରେ ଦୁଇ ଦିନରେ ୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୫ଜଣ ରୋଗୀ ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର