୫ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ବର : ଆଜି ୫ଜଣ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଜଗତ୍‌ସିଂହପୁର ଜିଲ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ବିଶ୍ବଜିତ୍‌ କେଶରୀ ଦାସଙ୍କୁ ଜଳ ସଂପଦ ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନକୁ ବଦଳି ହୋଇଛନ୍ତିି କରଞ୍ଜିଆ ଉପ ଜିଲ୍ଲାପାଳ ଶରତ କୁମାର ପୁରୋହିତ। ଟକର ରାଜ୍ୟ ପରିବହନ କର୍ତୃପକ୍ଷ(ଏସ୍‌ଟିଏ)ରେ ଅନୁ ସଚିବ ଭାବେ କାର୍ଯ୍ୟରତ ନରେନ୍ଦ୍ର କୁମାର ମନ୍ତ୍ରୀଙ୍କୁ କରଞ୍ଜିଆକୁ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କଟକର ରାଜସ୍ବ ପର୍ଷଦରେ ଅନୁ ସଚିବ କନକ ଚମ୍ପା ମେହେରଙ୍କୁ କଟକ, ଏସ୍‌ଟିଏକୁ ଉପ ସଚିବ ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନର ଡିପିସି ବିବେକାନନ୍ଦ ସାହୁ ଜଳ ସଂପଦ ବିଭାଗ ଅଧୀନ ଲକ୍ଷ୍ମୀପୋଷୀରେ ଆରଆଣ୍ଡଆରର ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର