କୋଚି, ଗୌହାଟିକୁ ଚାଲିବ ବିମାନ

ଭୁବନେଶ୍ବର : ଖୁବଶୀଘ୍ର ଭୁବନେଶ୍ବରରୁ କୋଚି ଓ ଗୌହାଟିକୁ ସିଧା ବିମାନ ଉଡ଼ାଣ ଆରମ୍ଭ ହେବ। ଡିଜିସିଏ ପକ୍ଷରୁ ଶୀତକାଳୀନ ଉଡ଼ାଣ ସୂଚୀ ପ୍ରକାଶ ପାଇଥିବାବେଳେ ଏଥିରେ ଭୁବନେଶ୍ବରରୁ ଦୁଇଟି ବିମାନ ଉଡ଼ାଣ ପାଇଁ ଅନୁମତି ମିଳିଛି। ଇଣ୍ଡିଗୋ ନଭେମ୍ବର ୨୮ରୁ ଭୁବନେଶ୍ବରରୁ ଗୌହାଟିକୁ ଏବଂ ଭୁବନେଶ୍ବରରୁ କୋଚିକୁ ବିମାନ ଉଡ଼ାଣ କରିବାକୁ ଯାଉଛି। ଏନେଇ ମଧ୍ୟ ବୁକିଂ ଆରମ୍ଭ କରିଛି।

ଉଡ଼ାଣ ସୂଚୀ ଅନୁଯାୟୀ, କୋଚିରୁ ବିମାନ ୬ଇ୫୮୨ ସକାଳ ୫ଟା ୩୫ରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ବରରେ ୭ଟା ୫୫ରେ ଅବତରଣ କରିବ। ଆଉ ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ ୬ଇ-୫୮୩ ସକାଳ ୮ଟା ୨୫ରେ ଉଡ଼ାଣ ଆରମ୍ଭ କରି ପୂର୍ବାହ୍ନ ୧୦ଟା ୫୫ରେ କୋଚିରେ ଅବତରଣ କରିବ।

ସେହିପରି ବିମାନ ୬ଇ୭୨୬ ସକାଳ ୬ଟା ୩୦ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ସକାଳ ୮ଟା ୧୫ରେ ଗୌହାଟିରେ ଅବତରଣ କରିବ। ଆଉ ବିମାନ ୬ଇ୭୩୧ ଗୌହାଟିରୁ ଅପରାହ୍ନ ୧ଟା ୫୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୩ଟା ୩୦ରେ ଭୁବନେଶ୍ବରରେ ଅବତରଣ କରିବ।

ସମ୍ବନ୍ଧିତ ଖବର