ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-୩ରେ ରବିବାର ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ ଓ କୋଲକତାକୁ ବିମାସ ସେବା ଆରମ୍ଭ ହୋଇଛ। ସ୍ପାଇସ ଜେଟ୍ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି। ର୍ନିଦ୍ଧାରିତ ସମୟର ଅଧଘଣ୍ଟା ବିଳମ୍ବରେ ଆଜି ୩ଟା ୪୫ ମିନିଟ ସମୟରେ ରାଜଧାନୀ ନୂଆଦିଲ୍ଲୀରୁ ପ୍ରଥମ ବିମାନ ଆସି ଅବତରଣ କରିଥିଲା। ଏହାର ୨୦ ମିନିଟ ପରେ କଲିକତାରୁ ଅନ୍ୟ ବିମାନ ଆସି ପହଞ୍ଚିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀରୁ ୧୪୨ ଜଣ ଯାତ୍ରୀ ଝାରସୁଗୁଡ଼ାରେ ଅବତରଣ କରିଥିବା ବେଳେ ୧୮୩ ଜଣ ଯାତ୍ରୀ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ଯାତ୍ରା କରିଥିଲେ। ସେହିପରି କଲିକତାରୁ ଆସି ହାଇଦ୍ରାବାଦ ଅଭିମୂଖେ ଯାତ୍ରା କରିଥିବା ବିମାନରେ ୧୮ ଜଣ ଯାତ୍ରୀ ଝାରସୁଗୁଡ଼ାରେ ଅବତରଣ କରିଥିବା ବେଳେ ୫୮ ଜଣ ଯାତ୍ରୀ ହାଇଦ୍ରାବାଦ ଅଭିମୂଖେ ଯାତ୍ରା କରିଥିଲେ। ଝାରସୁଗୁଡ଼ାରେ ପହଞ୍ଚିଥିବା ଯାତ୍ରୀ ମାନଙ୍କୁ ବେଦାନ୍ତ ପକ୍ଷରୁ ସିଇଓ ଅଭିଜିତ ପତି, ଲୋକ ସଂପର୍କ ଅଧିକାରୀ ସଂଜୀବ ପଟ୍ଟନାୟକ, ମାନବ ସମ୍ବଳ ମୁଖ୍ୟ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଫୁଲତୋଡ଼ା ଓ ଉପହାର ଦେଇ ସ୍ୱାଗତ କରିଥିଲେ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଗତ ସେପ୍ଟେଟର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋରଦୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା ଓ ଉଡ଼ାଡ଼୍ ଯୋଜନାରେ ଏୟାର ଓଡ଼ିଶାର ପ୍ରଥମ ବିମାନ ରାୟପୁର ଅଭିମୁଖେ ଯାତ୍ରା କରିଥିଲା। ରାୟପୁର ଓ ଭୁବନେଶ୍ୱର ମଧ୍ୟରେ ବିମାନ ସେବା ଯୋଗାଉଥିବା ଏୟାର ଓଡ଼ିଶାର ଅନିୟମିତତା ସେବା ଯୋଗୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏୟାର ଓଡ଼ିଶାର ଲାଇସେନ୍ସ ବାତିଲ କରିଥିଲା ଓ ନୂଆ କରି ଟେଣ୍ଡର ଆହ୍ଵାନ କରିଥିଲା। ଏହି ନୂତନ ଟେଣ୍ଡର ପ୍ରକ୍ରିୟାରେ ସ୍ପାଇସ୍ ଜେଟ୍କୁ ୩ ଗୋଟି ରୁଟ୍ରେ ବିମାନ ଚଳାଚଳ ପାଇଁ ଅନୁମତି ମିଳିଥିଲା।
ସ୍ପଇସ୍ ଜେଟ୍ ଆଜି ଠାରୁ ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତା ମଧ୍ୟରେ ବିମାନ ସେବା ଆରମ୍ଭ କରିଛି। ଭିଏସ୍ଏସ୍ ବିମାନ ବନ୍ଦରରୁ ପ୍ରଥମ କରି ଦେଶର ତିନୋଟି ସହରକୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଜନସାଧାରଣଙ୍କ ମନରେ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ସହରର ବହୁ ବୁଦ୍ଧିଜୀବୀ, ବେଦାନ୍ତ କାରଖାନାର ଅଧିକାରୀ ବୃନ୍ଦ, ଝାରସୁଗୁଡ଼ା ଏସ୍ପି ଅଶ୍ୱିନୀ ମହାନ୍ତି, ଟିଆର୍ଏଲ୍ କ୍ରୋସାକିର ଭାଇସ ପ୍ରେସିଡ଼େଣ୍ଟ ଡ. ତାରାପଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ରାତ୍ର ୮.୪୦ରେ କୋଲକତା ଅଭିମୂଖେ ତୃତୀୟ ବିମାନ ଉଡ଼ାଣ ଭରିବ।