କୋରେଇ/ରଗଡ଼ି : ଲଘୁୁଚାପଜନିତ ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଚଳିତବର୍ଷର ଦ୍ୱିତୀୟ ବନ୍ୟାଜଳ ପ୍ରବେଶ କରିଛି । ଶନିବାର ଦିନ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ବନ୍ୟାଜଳ ୧୬.୧୮ରେ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚମ୍ପୁଆରେ ୩୧.୨, କେଉଁଝରରେ ୩୭.୨, ସୋମପାଟଣାରେ ୫୩.୮, ଆନନ୍ଦପୁରରେ ୯୦.୯୮, ଠାକୁରମୁଣ୍ଡାରେ ୬୨.୬, ଆଖୁଆପଦାରେ ୭୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜଳସେଚନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ତେବେ ବର୍ଷା କମି ଯାଇଥିବାରୁ ବନ୍ୟା ଆଶଙ୍କା ନଥିବା ବିଭାଗୀୟ ଅଧିକାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଲଘୁଚାପ ବର୍ଷାରେ କୋରେଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ମାଟି ଘର କାନ୍ଥ ପଡ଼ିଯାଇଥିବା ବେଳେ ବିଭିନ୍ନ ପଞ୍ଚାୟତର ୪୫ରୁ ଉର୍ଧ୍ୱ ପରିବାର ଏବେ ପାଣିଘେରରେ ଅଛନ୍ତିି। କୋରେଇ ମେଲଣ ପଡ଼ିଆ ସମେତ ବହୁ ଅଞ୍ଚଳ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡ଼ିଛି। ବ୍ରାହ୍ମଣୀ ନଦୀରେ ବି ଜଳସ୍ତର ବୃଦ୍ଧି ପାଇଛି। କାନ୍ଥ ଭାଙ୍ଗି ପଡିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।