ଭଦ୍ରକ : ଲଗାଣ ବର୍ଷା ଓ ହଦଗଡ ଡ୍ୟାମ ପାଣି ଛାଡିବା ଯୋଗୁଁ ସାଳନ୍ଦୀରେ ବନ୍ୟା ଆସି ଭଦ୍ରକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା ଜଳ ବିଭିନ୍ନ ସାହି ବସ୍ତିରେ ପଶିବା ସହିତ ଚାଷ ଜମିରେ ମାଡି ଯାଇଛି। ବନ୍ୟାରେ ଭଦ୍ରକ, ଧାମନଗର, ତିହିଡି, ବନ୍ତ ଓ ଚାନ୍ଦବାଲିବ୍ଲକର ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଛି। ନାଳରେ ପାଣି, ଡ୍ରେନ୍ରେ ପାଣି, ଲୋକଙ୍କ ଘରେ ପାଣି, ବସ୍ତିର ଅନେକ ତଳିଆ ଅଞ୍ଚଳରେ ଏ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ସାଳନ୍ଦୀ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଦ୍ରକ ସହର ଓ ବ୍ଲକ ଅଞ୍ଚଳର ପ୍ରାୟ ୩୦ ଗ୍ରାମ ଜଳ ମଗ୍ନ ହୋଇଥିବା ବେଳେ ତିହିଡିର ୨୦ରୁ ଉଦ୍ଧ୍ଵର୍ ଗାଁ ଜଳମଗ୍ନ ହୋଇଛି। ସେହିପରି ଧାମନଗର ଓ ଚାନ୍ଦବାଲିର ପ୍ରାୟ ୨୦ଟି ଗାଁ ଜଳମଗ୍ନ ରହିଛି। ଜିଲ୍ଲାର ୬୦ ଗାଁର ଚାଷ ଜମି ଜଳମଗ୍ନ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହଦଗଡ ଡ୍ୟାମ୍ର ଜଳଧାରଣର କ୍ଷମତା ୮୨.୩ ମିଟର ଥିବା ବେଳେ ଏହାର ଜଳସ୍ତର ୮୦ ମିଟରକୁ ବୃଦ୍ଧି ପାଇଥିଲା। ଡ୍ୟାମ ଉପରୁ ବିବଦ ହଟାଇବା ପାଇଁ ଡ୍ୟାମର ୪ଟି ଗେଟ୍ ଖୋଲାହୋଇଥିଲା। ଏବେ ୨ଟି ଗେଟ୍ ବନ୍ଦ କରାଯାଇ ଆଉ ମାତ୍ର ୨ଟି ଗେଟ୍ ଖୋଲା ରଖାଯାଇଛି। ଗତ ୨୭ ତାରିଖ ରାତିରେ କେନ୍ଦୁଝରର ହଦଗଡ ଡ୍ୟାମରୁ ପ୍ରତି ସେକେଣ୍ଡରେ ୪ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିଲା। ଆଜି ସକାଳେ ୩୬ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଥିଲା। ଅପରାହ୍ନରେ ଏହା ୩୫ ଶହ ଓ ସଂଧ୍ୟାରେ ୩୨ ଶହ ଓ ଆଜି ରାତି ସୁଦ୍ଧା ହଦଗଡ ଡ୍ୟାମରୁ ପ୍ରତି ସେକେଣ୍ଡରେ ୧୫ ଶହ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି।