ଲାଲଗଡ଼ରେ ବନ୍ୟା ବିଭୀଷିକା: ମାଲକାନଗିରିକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଦୁଇ ଦିନର ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମାଲକାନଗିରିରୁ ଜୟପୁର ଯୋଗାଯୋଗ ଠପ୍‌ ହୋଇଯାଇଥିବା ବେଳେ ମାଥିଲିର ପାଙ୍ଗାମ ନଦୀରେ ୭ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ସେହିପରି ମାଲକାନଗିରି-ବାଲିମେଳା ରାସ୍ତାର ତିନୋଟି ସ୍ଥାନରେ ପୋଲକୁ ବନ୍ୟା ଜଳ ବୁଡ଼ାଇ ଦେଇଥିଲା। ତେଣୁ ଆଜି ବାଲିମେଳା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। କାଲିମେଳା-ଏମଭି-୭୯-ମୋଟୁ ଅଂଚଳକୁ ବି ଯୋଗାଯୋଗ ସମ୍ଭ ହୋଇପାରି ନାହିଁ। କାଙ୍ଗରୁକୋଣ୍ଡା ନିକଟରେ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏମଭି-୯୦ ଗ୍ରାମ ନିକଟରେ ପାଣି ୫ ଫୁଟ ଉଚ୍ଚରେ ଚାଲିଥିଲା। ଏମଭି-୭୯ ଠାରୁ ମୋଟୁ ମଧ୍ୟରେ ମହାରାଜପାଲୀ ନିକଟରେ ପାଣି ପ୍ରାୟ ୧୦ ଫୁଟରୁ ଉପରେ ପ୍ରବାହିତ ହେଉଥିବାରୁ ରାସ୍ତାରେ ଯାତାୟାତ ବନ୍ଦ ରହିଛି। କାଲିମେଳା ଓ ପଡିଆ ବ୍ଲକର ବହୁ ଗ୍ରାମ ପାଣି ଘେରରେ ରହିଥିବା ସୂଚନା ମିଳିଛି। ପରିସ୍ଥିତି ଏମିତି ହୋଇଛି ଯେ, ପଡିଆ ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।

ସମ୍ବନ୍ଧିତ ଖବର