ହଂସପାଳରେ ନିର୍ମାଣ ହେବ ଫ୍ଲାଏଓଭର, ୧୮ ମାସ ମଧ୍ୟରେ ସରିବ କାମ: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦକ୍ଷେପ |ହଂସପାଳରେ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରାଯିବ ବୋଲି ସାଂସଦ କହିଛନ୍ତି । ୧୨୦ ଦିନ ମଧ୍ୟରେ ଟେଣ୍ଡର ସାରିବା ସହ ୧୮ ମାସ ମଧ୍ୟରେ କିଭଳି କାମ ସରିବ ତାହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଅପରାଜିତା କହିଛନ୍ତି | ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ହଂସପାଳ ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଫ୍ଲାଏ ଓଭର ବ୍ରିଜ୍‌ ହେଲେ ହଂସପାଳ ଓ ଭୁବନେଶ୍ବର ଉତ୍ତର ବାସିନ୍ଦା ଲାଭ ପାଇବେ ବୋଲି ସଂସଦରେ ଅପରାଜିତା ଦାବି ରଖିଥିଲେ |

ସେହିପରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ଏନେଇ ବିଚାର କରିବାକୁ ଦାବି ପତ୍ର ମଧ୍ୟ ଦେଇଥିଲେ । ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ଜାତୀୟ ରାଜପଥରେ ଯାଉଥିବା ହଂସପାଳକୁ ବ୍ଲାକସ୍ପଟ୍ ଭାବେ ଚିହ୍ନ କରାଯାଇଥିଲା।

ଗତ କିଛି ବର୍ଷ ହେବ ସେଠାରେ ମାତ୍ରାଧିକ ଦୁର୍ଘଟଣା ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇ ଅବଗତ କରାଇଥିଲେ ଅପରାଜିତା। ଅନ୍ୟପଟେ ଏନେଇ ଖୁବଶୀଘ୍ର ବିଚାର ବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ |

ସମ୍ବନ୍ଧିତ ଖବର