ବାଲେଶ୍ୱର: ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ ଉଦ୍‌ଘାଟିତ

0 478

ବାଲେଶ୍ୱର: ଆଜି ବାଲେଶ୍ୱରଠାରେ ସଂକ୍ରାନ୍ତୀ ପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ନାମରେ ନାମିତ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟୟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରମୁଖଙ୍କ ଉପସ୍ଥିରେ ଏହି ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ ଲୋକାର୍ପିତ ହୋଇଛି। ରାଜ୍ୟରେ ଡାକ୍ତରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟ ନେଇ କୋରାପୁଟ, ବାରପଦା, ବଲାଙ୍ଗୀର ପରେ ୪ର୍ଥ ମେଡିକାଲ କଲେଜ ଭାବେ ବାଲେଶ୍ୱରଠାରେ ଫକୀରମୋହନ ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲ ଲୋକାର୍ପିତ ହୋଇଛି।

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ସାଂସଦ ଅର୍ଜୁନ ଚରଣ ସେଠୀ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ରାମେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଡିନ୍‌ ପ୍ରତାପ ରଥ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.