ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ କୁକୁର କାମୁଡ଼ା ଇଂଜେକସନ ନଥିବାରୁ ରୋଗୀମାନଙ୍କର ବିକ୍ଷୋଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ମେଡିକାଲ କଲେଜ  ଓ ହସ୍ପିଟାଲରେ କୁକୁର କାମୁଡ଼ା ଇଂଜେକସନ ନଥିବାରୁ  ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୋଗୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। । 

ସୂଚନା ମୁତାବକ  ଆଜି କୁକୁର,ବିଲେଇ ଓ ମାଙ୍କଡ କାମୁଡ଼ାରେ ଆକ୍ରାନ୍ତ ହୋଇ ଦୂରଦୂରାନ୍ତରୁ ଆସିଥିବା ଶତାଧିକ ରୋଗୀ ସକାଳ ୬ଘଟିକାରୁ କାଉଣ୍ଟରରେ ଲାଇନ  କରି ଛିଡା ହୋଇଥିଲେ। ହେଲେ ସାଢ଼େ ୯ ଘଟିକା ସମୟରେ  ଇଂଜେକସନ ନାହିଁ ବୋଲି କାଉଣ୍ଟରରେ ଥିବା କର୍ମଚାରୀ କହିଥିଲେ। ଏକଥା ଜାଣିବା ପରେ ରୋଗୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର