ଘନ କୁହୁଡି ବଳୟରେ ସାରା ରାଜ୍ୟ, କୁହୁଡି ପାଇଁ ସୃଷ୍ଟି ହେଲା କୋଣାର୍କ ହଜିଯିବାର ଭ୍ରମ

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିର ଚାଦର ଦେଖିବାକୁ ମିଳିଛି । ଗଜପତି, କୋଣାର୍କ ସମେତ କଟକ ଓ ଭୁବନେଶ୍ୱରରେ କୁହୁଡିର ଚାଦର ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ଏକପ୍ରକାର ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ବି ଶୀତକୁ ବଳିପଡିଛି କୁହୁଡି । ରାଜ୍ୟରେ ଏ ଯାଏଁ ଶୀତର ପ୍ରକୋପ କମ ରହିଛି । କୁହୁଡି ଯୋଗୁଁ ଗାଡି ଚଳାଚଳରେ ସମସ୍ୟା ବି ଦେଖାଦେଇଛି । ସେପଟେ କୁହୁଡିରେ ହଜିଯାଇଛି କୋଣାର୍କ ।

ଆଜି ସକାଳୁ କୋଣାର୍କ ଅଂଚଳରେ ବି ଘନ କୁହୁଡି ଦେଖିବାକୁ ମିଳିଛି । ଶୀତ ସହ ଲୋକେ ଘନ କୁହୁଡିର ମଜା ନେଇଛନ୍ତି । କୋଣାର୍କରେ କୁହୁଡି ଯୋଗୁଁ କିଛି ସମୟ ପାଇଁ ବିଶ୍ୱପ୍ରସିଦ୍ଧ କୋଣାର୍କ କିଛି ସମୟ ପାଇଁ ହଜିଯିବାର ଭ୍ରମ ସୃଷ୍ଟି ହୋଇଛି ।

କୋଣାର୍କ ଓ ଏହାର ଆଖପାଖ ଅଂଚଳରେ ଶୀତ ସହ କୁହୁଡି ଦେଖାଦେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାତିର ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବନି। ତେବେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ। ରାସ୍ତା ବେଶି ବାଟ ଦେଖାଯିବ ନାହିଁ। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର