ସମ୍ବଲପୁର: ହୀରାକୁଦ ଡ଼୍ୟାମ୍‌ର ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

0 261

ସମ୍ବଲପୁର:କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଆଜି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍‌ ଖୋଲିଛନ୍ତି। ବର୍ତ୍ତମାନ ୧୦ଟି ଗେଟ୍‌ ଦେଇ ବନାଜଳ ନିଷ୍କାସିତ ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪ ଫୁଟ୍‌ ଅତିକ୍ରମ କରିଥିଲା ଏବଂ ହୀରାକୁଦ ବନ୍ଧର ୫ଟି ସ୍ଲୁଇସ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା।। ତେବେ ହୀରାକୁଦ ବନ୍ଧ ପରିଚାଳନାର ରୁଲ କର୍ଭ ଅନୁଯାୟୀ, ଜଳସ୍ତର ପରିଚାଳନା ଲାଗି ଆଜି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍‌ ଖୋଲିଛନ୍ତି।
ସୂଚନାଯୋଗ୍ୟ ଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରର ଜଳସ୍ତର ୬୨୩.୯୫ ଫୁଟ୍‌ ଥିବା ବେଳେ ପ୍ରତି ସେକେଣ୍ଠଡରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୮୨ ହଜାର ୪୨୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରର ୫ଟି ଗେଟ୍‌ ଦେଇ ୯୪ ହଜାର ୫୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା।

Panda Mobile only

ତେବେ ହୀରାକୁଦ ବନ୍ଧର ଜଳସ୍ତର ଆଜି ସକାଳେ ୬୨୪.୭୭ ଫୁଟ୍‌ ହୋଇଯାଇଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୬୫ ହଜାର ୪୬୫ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ଏଥିପାଇଁ ଜଳସ୍ତର ନିୟନ୍ତ୍ରଣ କରିବା ଜରୁରି ଥିବାରୁ ୧୦ଟି ଗେଟ୍‌ ଦେଇ ୧ଲକ୍ଷ ୭୪ ହଜାର ୩୪୩ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.