ବୁଡ଼ିଗଲେ ଅନ୍ତର୍ଜାତୀୟ ଫୁଟ୍‌ଭଲି ଖେଳାଳି

ବିଶ୍ବକପ୍‌ରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ, ରାଜ୍ୟ କ୍ରୀଡ଼ା ଜଗତରେ ଶୋକ

କଟକ : ମହାନଦୀରେ ବୁଡ଼ିଗଲେ ଆନ୍ତର୍ଜାତୀୟ ଫୁଟ୍‌ଭଲି ଖେଳାଳି। ଚାରି ଘଣ୍ଟା ପରେ ମିଳିଲା ତାଙ୍କ ଶବ। ମହାନଦୀର ଚହଟା ଘାଟରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଖେଳାଳି ଜଣକ ହେଉଛନ୍ତି ଇ˚ଞ୍ଜିନିୟର ରୋହନ୍‌ ପ୍ରସାଦ ମଲ୍ଲିକ। ତୁଳସୀପୁର ମଠାସାହିର ୨୫ ବର୍ଷିୟ ରୋହନ୍‌ ମହାନଦୀରେ ସାଙ୍ଗ ମାନଙ୍କ ସହିତ ଗା‌େଧାଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ପ୍ରାୟ ୪ ଘଣ୍ଟା କାଳ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ବିଡାନାସୀ ଥାନା ତୁଳସୀପୁର ମଠସାହିରେ ରହୁଥିବା ବ୍ୟାଙ୍କ ମ୍ୟାନେଜର ତଥା ଓଡ଼ିଶା ଷ୍ଟେଟ୍‌ ଫୁଟବଲ୍‌ ଟେନିସ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମଲ୍ଲିକଙ୍କ ସାନ ପୁଅ ହେଉଛନ୍ତି ରୋହନ୍‌। ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଅନ୍ୟ ୪ ସାଙ୍ଗଙ୍କ ସହିତ ଲକ୍ଷ୍ମୀନୃସି˚ହ ମନ୍ଦିର ନିକଟସ୍ଥ ମହାନଦୀ ଘାଟକୁ ଗାଧେଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ‌ସେ ଗଭୀରେ ପାଣିରେ ବୁଡ଼ିଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଖବର ପାଇ ଓଡ୍ରାଫ୍‌ ଟିମ୍‌ ଏବ˚ ସିଡିଏ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହାନଦୀରେ ତାଙ୍କୁ ଖୋଜାଖୋଜି କରିଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ଗଭୀର ଗଣ୍ତରୁ ତାଙ୍କ ଶବ ଉଦ୍ଧାର କରାଯାଇଥିଲା। ବିଡାନାସୀ ପୁଲିସ ଶବ ଉଦ୍ଧାର କରିବା ପରେ ବଡ଼ ମେଡିକାଲ୍‌ରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ତେବେ ମୃତ ରୋହନଙ୍କ ବାପା ରମେଶ ଜଣେ ସନ୍ତୋଷ ଟ୍ରଫି ଖେଳାଳି। ପୁଅ ରୋହନ ଟାଙ୍ଗୀରେ ଏକ ଘରୋଇ ଇଞ୍ଜିନିୟରି˚ କଲେଜ୍‌ରୁ ପଢ଼ା ଶେଷ କରିବା ପରେ ଏକ ବିଲଡର‌୍‌ ସ˚ସ୍ଥାରେ କାର୍ଯ୍ୟ କରୁଥିଲେ। ଗତବର୍ଷ ସେ ଫୁଟ୍‌ଭଲି ଖେଳିବାକୁ କେରଳ ଯାଇଥିଲେ। ସେଠାରେ ପୁରୁଷ ବିଭାଗରେ ଚାମ୍ପିଅନ୍‌ ହୋଇଥିଲେ। ୨୦୧୮ରେ ବ୍ୟାଙ୍କକ୍‌ରେ ଆୟୋଜିତ ଫୁଟ୍‌ଭଲି ବିଶ୍ବକପ୍‌ରେ ରୋହନ୍‌ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ରାଜ୍ୟ ଜୁନିୟର୍ ଫୁଟବଲ ଦଳରେ ବି ସେ ଖେଳିଥିଲେ। ଜଣେ ବିଚକ୍ଷଣ ପ୍ରତିଭାବାନ୍ ଖେଳାଳି ଭାବେ ସ୍କୁବା ଡାଇଭି˚ ଏବଂ ସିପକ ଟାକ୍ରୋ ଖେଳରେ ବି ସେ ମାହିର୍‌ ଥିଲେ। ହେଲେ ତାଙ୍କ ଏଭଳି ଅକାଳ ବିୟୋଗ ପରେ ଫୁଟ୍‌ଭଲି ଫେଡେରେସନ୍‌ ଅଫ୍‌ ଇଣ୍ତିଆର ଉପସଭାପତି ତଥା ଓଡ଼ିଶା ଫୁଟ୍‌ଭଲି ଆସୋସିଏସନ୍‌ର ଏକ୍‌ଜିକ୍ୟୁଟିଭ୍‌ ସେକ୍ରେଟାରୀ ସହଦେବ ରାଉତ ଗଭୀର ଦୁଃଖ ପ୍ରକାଶ କରିିଛନ୍ତି।

ସମ୍ବନ୍ଧିତ ଖବର