ସିଂହଦ୍ଵାରରେ ବିଦେଶୀଙ୍କ ଖଞ୍ଜଣି ମାଡ଼

ଋଷ୍‌ ଫେରିବାକୁ ନାରାଜ

ପୁରୀ : ସିଂହଦ୍ଵାର ସାମନାରେ ଜଣେ ବିଦେଶୀ ପର୍ଯ୍ୟଟକ ଖଞ୍ଜଣି ମାଡ଼ କରୁଥିବା ଦେଖିବାକୁ ମିଳିଥିଲା। ଏଭଳି ଏକ ଖବର ପ୍ରଚାରିତ ହେବା ପରେ ଆଜି ସକାଳ ୯ଟା ବେଳେ ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା ତାଙ୍କୁ ନେଇ ପୌରସଂସ୍ଥାର ରାତ୍ରିକାଳୀନ ଆଶ୍ରୟସ୍ଥଳିରେ ସ୍ଥାନ ଦେଇଛନ୍ତି। ସେ ଋଷିଆର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ସେଠାକୁ ଆଉ ଯିବାକୁ ଚାହୁଁନାହାନ୍ତି। ସେ ତାଙ୍କ ନାମ ରଥେ ଗୋବିନ୍ଦ ବୋଲି କହୁଥିଲେ ମଧ୍ୟ ତାଙ୍କର ମୂଳ ନାମ ଆନ୍ଦ୍ରେ ଗ୍ଲାଗୋଲେଓ ବୋଲି ଜଣାପଡ଼ିଛି। ଭାରତରେ ଶରଣାର୍ଥୀ ଭାବରେ ରହିବା ପାଇଁ ଚାହୁଁଛନ୍ତି। ଏ ନେଇ ସେ ଭାରତ ସରକାରଙ୍କୁ ଆବେଦନ ମଧ୍ୟ କରିଛନ୍ତି। ଏହା ବିଚାରାଧୀନ ରହିଛି। ତେବେ ଋଷିଆ ଯିବାକୁ ତାଙ୍କୁ ଡର ଲାଗୁଛି। ସେ ଶିବଙ୍କୁ ପୂଜାର୍ଚ୍ଚନା କରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ତଡ଼ିଦେଲେ ବୋଲି ଆନ୍ଦ୍ରେ କହିଛନ୍ତି। ଏହା ପୂର୍ବରୁ ସେ ହରିଦ୍ଵାରରେ ରହିଥିଲେ। ସେଠାରେ କିଛି ଦିନ ରହିବା ପରେ ପୁରୀ ଚାଲି ଆସିଛନ୍ତି।

ତେବେ ଏନେଇ ପର୍ଯ୍ୟଟକ ଅଧିକାରୀ କହିଛନ୍ତି, ତାଙ୍କର ଭିସା ଆସନ୍ତା ବର୍ଷ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି। ତା ପୂର୍ବରୁ ସେ ଶରଣାର୍ଥୀ ପାଇଁ କରିଥିବା ଆବେଦନ ବିଚାରାଧୀନ ରହିଛି। ସେଥିପାଇଁ ସେ ଏଠାରୁ ଦିଲ୍ଲୀ ଯିବେ। ଯଦି ତାଙ୍କୁ ଶରଣାର୍ଥୀ ଭାବେ ସରକାର ଗ୍ରହଣ କରନ୍ତି ତେବେ ଆମର କିଛି କରିବାର ନାହିଁ। ଆବେଦନର ବିଚାର ପାଇଁ ସାକ୍ଷାତାକାର ଦେବାକୁ ଯିବା ପର୍ଯ୍ୟନ୍ତ ସେ ଏହି ଆଶ୍ରୟସ୍ଥଳୀରେ ରହିବେ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର