ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁସୁରିଙ୍ଗ ସଂରକ୍ଷିତ ଜଙ୍ଗଲରେ ଦେଖା ଦେଇଥିବା ଦୁଇଟି କଲରାପତରିଆ ଓ ଶାବକଙ୍କ ପାଇଁ ଆଜି ବନ ବିଭାଗ କର୍ମଚାରୀ ୩ ଘଣ୍ଟା ଧରି ନାକେଦମ୍ ହୋଇଛନ୍ତି। ଜଂଗଲର ବିଭିନ୍ନ ସ୍ଥାନ ଖୋଜିଛନ୍ତି। କିନ୍ତୁ ପାଇନାହାନ୍ତି। ଲୋକଙ୍କ ଚଳପ୍ରଚଳ ଦେଖି ସେମାନେ ଲୁଚି ଯାଇଛନ୍ତି କି ଅନ୍ୟ କୁଆଡ଼େ ଚାଲି ଯାଇଛନ୍ତି, ଠିକ୍ ଭାବେ ଜଣାପଡ଼ିନି। ତେବେ ଗତ ରାତିରେ ବାଘଗୁଡ଼ିକ ସୁନାବେଡ଼ା ଅଭୟାରଣ୍ୟକୁ ଚାଲି ଯାଇଥିବା ସନ୍ଦେହ କରୁଛି ବନ ବିଭାଗ। ତଥାପି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବାଘ ଭୟରେ ସ୍ଥାନୀୟ ଲୋକମାନେ ବି ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘରୁ ପଦାକୁ ବାହାରୁ ନାହାନ୍ତି।
/sambad/media/post_attachments/wp-content/uploads/2019/08/SBPHO9-NUAPADA-LEOPARDS-1.jpg)
ପଥର ମୁଣ୍ଡିଆ ଉପରେ ଏହି ବାଘଗୁଡ଼ିକର ଫଟୋ ପ୍ରକାଶ ପାଇବା ପରେ ଶୁକ୍ରବାର ନୂଆପଡ଼ା ବନ ବିଭାଗ ପକ୍ଷରୁ ବାଘକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ରେଞ୍ଜର ଅସିତ ଦାସଙ୍କ ନେତୃତ୍ବରେ ବିଭାଗର ଏକ ଟିମ୍ ମୁସୁରିଙ୍ଗ ଜଙ୍ଗଲରେ ପହଞ୍ଚିଥିଲେ। ପ୍ରାୟ ତିନି ଘଣ୍ଟା ଖୋଜାଖୋଜି କରିବା ପରେ କିଛି କର୍ମଚାରୀ ଉକ୍ତ ପଥର ମୁଣ୍ଡିଆକୁ ଯାଇଥିଲେ। କିନ୍ତୁ ସେଠାରେ ବାଘ ପାଇନଥିଲେ। ବାଘଦୁଇଟି ଗତ ରାତିରେ ସୁନାବେଡ଼ା ଅଭୟାରଣ୍ୟକୁ ଚାଲି ଯାଇଥିବା ସେମାନେ ଅନୁମାନ କରୁଛନ୍ତି। ଏ ସଂପର୍କରେ ରେଞ୍ଜର ଶ୍ରୀ ଦାସ କହିଛନ୍ତି ଯେ ବାଘ ବର୍ତ୍ତମାନ ମୁସୁରିଙ୍ଗ ଜଙ୍ଗଲରେ ନାହାନ୍ତି। ତଥାପି ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/They-Couldnt-Found-Tiger_Thumbnail.jpg)