କେନ୍ଦୁଝର: ମାଲଗାଡ଼ି ଧକ୍କାରେ ହାତୀର ମୃତ୍ୟୁ, ଡ୍ରାଇଭର ନାମରେ ମାମଲା ରୁଜୁ କଲା ବନବିଭାଗ

କେନ୍ଦୁଝର: ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ହେବା ଘଟଣାକୁ ଲୋକେ ଭୁଲି ନଥିବା ବେଳେ ବୁଧବାର ରାତି ୧୦ଟା ୩୦ରେ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।ଏହି ଘଟଣାରେ ବନବିଭାଗ ଆଜି ସକାଳେ ସମ୍ପୃକ୍ତ ମାଲଗାଡ଼ିର ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ କରିଛି।
ସୂଚନାଅନୁଯାୟୀ, ରାମଚନ୍ଦ୍ରପୁର ଅଞ୍ଚଳରେ ପ୍ରାୟ ୭ଟି ହାତୀ ଚଳପ୍ରଚଳ କରୁଛନ୍ତ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ହାତୀ ପଲ୍ଲ ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରୁଥିବା ବେଳେ ଏକ ମାଲଗାଡ଼ି ଆସଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଟ୍ରେଡ଼୍‍ ଲାଇନ ପାର ହୋଇ ନ ଥିବାରୁ ଏହି ହାତୀଟିକୁ ମାଲଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମାଈ ହାତୀଟିର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆଜି ସକାଳେ ହାତୀର ମୃତଦେହ ବ୍ୟବଛେଦ ବ୍ୟବସ୍ଥା କରୁଛନ୍ତି
ଅପରପକ୍ଷେ ଗତକାଲି ହାତୀ ପଲଙ୍କ ଚଳପ୍ରଚଳ ନେଇ ବନବିଭାଗ ଖୋର୍ଦ୍ଧା ରେଲେଓ୍ଵ କଂଣ୍ଟ୍ରୋଲ ରୁମ୍‌କୁ ଜଣାଇବା ପରେ ଟ୍ରେନ୍‌ ବେଗ ହ୍ରାସ କରିବା ପାଇଁ ରେଳବାଇ ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା । ଏହା ସତ୍ତ୍ୱେ ହାତୀର ମୃତ୍ୟୁ ଘଟିବା ଉଭୟ ବନବିଭାଗ ଓ ରେଳବାଇ ମଧ୍ୟରେ ସମନ୍ଵୟ ଅଭାବରୁ ଘଟୁଥିବା ନେଇ ଚର୍ଚ୍ଚା ହେଉଛିି।

ସମ୍ବନ୍ଧିତ ଖବର