ଆଉ ୩ ଡେଙ୍ଗୁ ରୋଗୀ ଚିହ୍ନଟ; କେନ୍ଦ୍ରାପଡ଼ାରୁ ୨

କଟକ : ଦିନକୁ ଦିନ ବଢୁଛି ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି କଟକର ଦୁଇ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି କଟକ ବଡ଼ ମେଡିକାଲରେ ଆଉ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ରାପଡାର ୨ଜଣ ଓ ପୁରୀର ଜଣେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଏସ୍‌ସିବି ସୂତ୍ରରୁ ଜଣା ପଡିଛି। ଆଜିସୁଦ୍ଧା ୪ ଜଣ ଡେଙ୍ଗୁ ରୋଗୀ ଓ୍ଵାର୍ଡ଼ରେ ଥିବାବେଳେ ୨ଜଣ ଆଇସିୟୁରେ ଅଛନ୍ତି। ଆଜି ୩୨ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୩ଟିରେ ଡ଼େଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥିଲା। ଅନ୍ୟପଟେ ଚଳିତବର୍ଷ ଡେଙ୍ଗୁରେ କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକି ଏସ୍‌ସିବିରେ ଚଳିତ ବର୍ଷର ପ୍ରଥମ ଡ଼େଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର