ଧାମରା-ଅନୁଗୁଳ ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପିତ

ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମରାରୁ ଅନୁଗୁଳ ୩୬ ଇଞ୍ଚ ମୁଖ୍ୟ ପାଇପ ଲାଇନ ପକାଇବା କାମ ଆରମ୍ଭ ହେବ। ଏହି ପାଇପଲାଇନକୁ କଟକ-ଭୁବନେଶ୍ୱର ସହିତ ଯୋଡ଼ାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କହିଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧାମରା-ଅନୁଗୁଳ ପାଇପ ଲାଇନର ଭିତ୍ତିପ୍ରସ୍ତର ଶୁଭାରମ୍ଭ ଅବସରରେ ପ୍ରଧାନ କହିଛନ୍ତି, ଯାଜପୁରରୁ ପାରାଦୀପ ପର୍ଯ୍ୟନ୍ତ ୧୨ ଇଞ୍ଚ ପାଇପ ପକାଯିବ। ଏଥି ପାଇଁ ୬ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଛନ୍ତି।

ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ପାଇପ୍‌ ଲାଇନ୍‌ ସଂଯୋଗ ହେଲେ ୧୦ଟି ଜିଲ୍ଲାର ଲୋକ ଉପକୃତ ହେବେ। ୭୬୯ କିଲୋମିଟର ପ୍ରକଳ୍ପରୁ ୫୦ ହଜାର ପରିବାରଙ୍କୁ ସିଏନ୍‌ଜି ଗ୍ୟାସ ମିଳିବ। କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ଟାଟା କମ୍ପାନିକୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ଖଣିକୁ ବ୍ୟବହାର କରି ଟାଟା କମ୍ପାନି ଲାଭବାନ ହୋଇଛି। ଏଥି ପାଇଁ ଓଡ଼ିଶାରେ ନିଜର ଉତ୍ପାଦନର ଆରମ୍ଭ ହେବା ଦରକାର। ଏଠାରେ ଟାଟା ଟ୍ରକ ପରି କାରଖାନା ବସିଲେ ଆଖପାଖ ଅଞ୍ଚଳରେ ଅନ୍ୟ ଛୋଟ କମ୍ପାନି ଗଢ଼ି ଉଠିବ। ଫଳରେ ଓଡ଼ିଆ ଯୁବକ ଆତ୍ମନିର୍ଭରଶୀଳ ହେବା ସହିତ ବିକଶିତ ରାଜ୍ୟରେ ପରିଣତ ହୋଇ ପାରିବ।

ସମ୍ବନ୍ଧିତ ଖବର