ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ଶିଳାନ୍ୟାସ ଉତ୍ସବ ୨୫ରେ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ସମଲପୁର ଓ ବାମପଦା ମୌଜାଠାରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ(ଏମ୍‌ସ)ର ସାଟେଲାଇଟ୍‌ ସେଣ୍ଟର ଆସନ୍ତା ୨୫ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ଆଜି ଭୁବନେଶ୍ୱର ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ନୋଡାଲ୍‌ ଅଫିସର ମେଜର ମୁକୁନ୍ଦ ଚନ୍ଦ୍ର ସାହୁ ଓ ଚାରବାଟିଆ ସିପିଡବ୍ଲୁଡିର ସହକାରୀ ଯନ୍ତ୍ରୀ ଦେବାଶିଷ ବିଶ୍ୱାସ ପ୍ରମୁଖ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ସିପିଡବ୍ଲୁଡି ଯନ୍ତ୍ରୀ ଶ୍ରୀ ବିଶ୍ୱାସ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ କହିଲେ ଯେ ଏଠାରେ ସାଟେଲାଇଟ୍‌ ସେଣ୍ଟର ପାଇଁ ପ୍ରାଥମିକ ସ୍ତରରେ କେନ୍ଦ୍ର ସରକାର ୩୫.୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦୁଇ ମାସ ମଧ୍ୟରେ ଏହାର ଟେଣ୍ଡର ଶେଷ ହେବ। ଏହା ବ୍ୟତୀତ ୨ୟ ପର୍ଯ୍ୟାୟ ପାଇଁ ମଧ୍ୟ ବ୍ୟୟ ଅଟକଳ କେନ୍ଦ୍ରକୁ ପଠାଯାଇଥିବା ଶ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର