ସଡ଼କ ଦୁର୍ଘଟଣା: ଭିନ୍ନ ଭିନ୍ନ ସ୍ଥାନରେ ୪ ମୃତ, ୩ ଗୁରୁତର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେନ୍ଦୁଝର, କୋରାପୁଟ ଏବଂ ସମ୍ବଲପୁରରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁସାରେ ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଗୋଲେଇ ଛକ ନିକଟରେ ମଙ୍ଗଳବାର ରାତି ୮ଟା ୩୦ରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ ରେଙ୍ଗାଲି ଥାନା ଅନ୍ତର୍ଗତ ଲପଙ୍ଗା ଗାଁର ପିଣ୍ଟୁ ସାହୁ (୩୦) ଓ ଧରରୋପାଲି ଗାଁର ରିଙ୍କୁ ପଧାନ (୨୫) ବାଇକ୍‌ ଯୋଗେ ସମ୍ବଲପୁର ସହରକୁ ଯାଉଥିବା ବେଳେ ଗୋଲେଇ ଛକ ନିକଟରେ ଡିଭାଇଡରକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପିଣ୍ଟୁର ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲା ହସ୍ପିଟାଲକୁ ନେଉଥିବା ବେଳେ ବାଟରେ ରିଙ୍କୁର ମୃତ୍ୟୁ ଘଟିଥିଲା।

କେନ୍ଦୁଝର ଜିଲ୍ଲାର ଅରଡେଇ ପୋଲ ନିକଟରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି।

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଠାରୁ ୪ କିମି ଦୂର ବୁର୍ଜା ନିକଟରେ ସଂଧ୍ୟାରେ ଏକ ମୋଟର ସାଇକେଲ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଲକ୍ଷ୍ମୀପୁର ଘାସି ସାହିର ସୁସାନ୍ତ ସାଗର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ହାତ ସମେତ ମୁହଁ ଓ ମୁଣ୍ଡରେ ଆଘାତ ହୋଇଥିବା ଜଣାପଡିଛିା ଡାକ୍ତରଖାନାର ଇନଚାର୍ଜ ନବକିଶୋର କୁଣ୍ଡୁ ଆହତ ଯୁବକଙ୍କୁ ଅପରେସନ ମାଧ୍ୟମରେ ଚିକିତ୍ସା ଜାରି ରଖିଥିବା ବେଳେ ଭିତିରିଆ ଆହତ ଗମ୍ଭିର ଥିଲେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରିଛନ୍ତି। ବିପରିତ ଦିଗରୁ ଆସୁଥିବା ଏକ ଟ୍ରାକଟର ଧକ୍କା ଦେଇ ଚାଲିଯିବାରୁ ଯୁବକ ବାଇକରୁ ଖସି ପଡ଼ିଥିଲେ।

ସମ୍ବନ୍ଧିତ ଖବର