ମୋବାଇଲ୍‌ ବ୍ୟାଟେରି ଫାଟି ୪ ଶିଶୁ ଆହତ, ହସ୍ପିଟାଲରେ ଭର୍ତ୍ତି

ଛତ୍ରପୁର: ପରିତ୍ୟତକ୍ତ ସ୍ଥାନରୁ ଗୋଟାଇ ଆଣି ମୋବାଇଲ ବ୍ୟାଟରି ଖେଳୁଥିବା ବେଳେ ସୋମବାର ଏହା ବିସ୍ଫୋରଣ ହେବାରୁ ୪ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ଲୁଙ୍ଗୁରି ଗାଁରେ ୪ ଜଣ ଶିଶୁ ମୋବାଇଲ ଧରି ଖେଳୁଥିଲେ। ଏହି ସମୟରେ ମୋବାଇଲଟି ଫାଟିଯାଇଥିଲା। ଆହତ ଶିଶୁମାନେ ହେଲେ କବିରାଜ ନାହାକଙ୍କ ପୁଅ ବିଭୂତି ଓ ବାବୁ ଏବଂ ଝିଅ ଅଞ୍ଚଳୀ। ସେହିପରି ସବର ସାହୁଙ୍କ ପୁଅ ସୁମନ ସାହୁ ମଧ୍ୟ ଆହତ ହୋଇଛନ୍ତି।

ଆଜି ଅପରାହ୍ନ ୨ଟା ୩୦ରେ ୪ଜଣ ଶିଶୁ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ୨ଟି ବ୍ୟାଟେରିକୁ ପାଇଥିଲେ। ଏଥିରୁ ଗୋଟିଏ ବ୍ୟାଟେରି ଏଚ୍‌ଆଇଡବ୍ଲୁ ହୋଇଥିବା ବେଳେ ଅନ୍ୟଟି ଥିଲା ମୋବାଇଲ ବ୍ୟାଟେରି। ସେମାନେ ଗୋଟିଏରୁ ଅନ୍ୟଟିକୁ ୨ଟି ତାର ସଂଯୋଗ କରିଥିଲେ। ଏହି ସମୟରେ ବିସ୍ଫୋରଣ ଘଟିଥିଲା। ଆହତଙ୍କୁ ପ୍ରଥମେ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

ସମ୍ବନ୍ଧିତ ଖବର